ଟୁକେଲ୍ ଦେଖା
ଟୁକେଲ୍ ଦେଖା
1 min
107
ବୁଆ କଲାନ ବଡା ଚିନ୍ତା
ପୁଓ ହେଲାନ ଭେଡିଆ,
ଟୁକେଲ୍,ଟୁକାଲ୍ ଗୁଟେ ଦେଖି
ବିହା କରିଦେତି ବଢିଆ ।
ବନେ ଟୁକେଲ୍ ଟେ ମିଲ୍'ତା ବଏଲେ
କରିଦେତି ଝାଏକରି ବିହା,
କେତେ ନୁରା ଖୁଜା ଚାଲିଛେ
ପିଲା ହେବାବଲି ବିହା ।
କୁନୁଆ ପାତି,ସାଙ୍ଗ୍ ସାଥି
ସବ୍'କୁ କଲାନ ହୁରା ଜାରି,
ଟୁକେଲ୍ ଗୁଟେ ଖୁଜି ଦିଅ
ତମ୍ କୁ କରୁଛେ ହୋ ଗୁହାରୀ ।
ମାଏନ୍,ବେଭାର୍ ବନେ ଦଉଥିବା
ସମ୍' କୁ ମାନି ଗୁନି,ଚଲୁଥିବା,
ବଡ୍'କେ ବଡ୍,ସାନ୍ କେ ସାନ୍
ଆଦର୍ ପେରେମ୍ କରୁଥିବା ।
ଗାଁ'ନୁ ସହର୍ ଚାଲ୍'ଲା ନୁରା ଖୁଜା
ବନିହାଁ ଟୁକେଲ୍ ଦେଖା,
ପୁଓ ବିହା ହେବା କହିକରି
ଚାଲିଛେ ଟୁକେଲ୍ ଦେଖା l
