ତତ୍ତ୍ୱ
ତତ୍ତ୍ୱ
1 min
340
ଅଭଜନା ଭଜ ବାବୁରେ ଯେବେ ଭବୁ ତରିବୁ,
ଭଜନ କୀର୍ତ୍ତନରେ କିଛି ଲାଭ ନାହିଁ ପାଇବୁ ।
ଗୋଲ ହାଟ ପୁର ପାଟଣା ନାମ ଗୋଟି ଯହିଁଟି
ସେହି ଠାରେ ବିଜେ କରନ୍ତି ଜଗତର ସାଇଁଟି ।
ନିଶବଦ ଘରେ ଶବଦ କିସ ହେବ ତାହାର ,
ଧରି ଥିଲେ ବାଇ ଦଣ୍ଡକୁ ହେବୁ ତୁହି ଉଦ୍ଧାର ।
ଅନାହତୁ ଶବ୍ଦ କ୍ଷରୁଛି ଦିବା ନିଶି ଅ ରହ ,
ସେହି ଶବଦକୁ ବାରିଣ ଜଗୁଆଳ ତୁ ହୁଅ ।
ଯଗିଥିଲେ ଜାଗା ପାଇବୁ ତାର ପାଦ ପଦ୍ମରେ,
ଅନ୍ତ କାଳେ ରେଣୁ ବଢ଼ାଇ ଦେବ ହାତ ତୋ ଠାରେ ।
********
