STORYMIRROR

Srinibas Mahalik

Others

3  

Srinibas Mahalik

Others

ଟ୍ରାଫିକ୍ ରୁଲ୍

ଟ୍ରାଫିକ୍ ରୁଲ୍

1 min
14.3K



ଲାଇସେନ୍ସ ପାଖେ ଥାଉ କି ନଥାଉ

ଚାଲ ଚଲେଇବା ଗାଡି

ଟ୍ରାଫିକ୍ ଦେଖିଲେ ସ୍ପିଡ୍ ବଢାଇ

ଶହେ ଶହେ ଯିବା ମାଡି ।।

ହେଲମେଟ୍ ବିନା ତିନି ବସାଇ

ବାଇକରେ ଚାଲ ଯିବା

ହଲିଉଡ୍ ମୁଭି ଆଭେନ୍ଜରକୁ

ପ୍ରାଟିକାଲି ବନେଇବା ।।

ସିଟ୍ ବେଲ୍ଟ ଅବା ହେଲମେଟ୍ ସବୁ

ପଛପଟେ ଦେବା ଟାଙ୍ଗି

ମୋବାଇଲି ଧରି ଗପି ଗପି ଆମେ

ବାଟ ଚାଲିଯାବା ଭାଙ୍ଗି ।।

ଏଭଳି ଗୋଟିଏ ପ୍ରାଣି ଅଛି ଯା'ର

ଲାଞ୍ଜ ହୁଏ ନାହିଁ ସିଧା

ସେଭଳି ଆମେ ବି ନବଦଳି ରୁଲକୁ

କରୁଥିବା ଅଣଦେଖା !!


@ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍