STORYMIRROR

Narayan chandra Senapati

Others

3  

Narayan chandra Senapati

Others

ଟଙ୍କାରେ କିଣା ଗାଦି

ଟଙ୍କାରେ କିଣା ଗାଦି

1 min
92


କେରାଣ୍ଡି ଦେଇ ତୁ ବାଳିଆ ମାରୁଛୁ 

ସତରେ ତୁ କି ବୁଦ୍ଧିଆ


ଟଙ୍କାକୁ ବାଣ୍ଟୁଛୁ ଟଙ୍କା ତୋଳିବାକୁ

ଲାଗୁଛି ଦେଉଛୁ ସୁଧଆ

କହିଥିଲା ଗାଁ ମାଧିଆ


ରେ ରେ ନବୀନା ପଛକୁ ତୁ ଅନା

ତୋ ପଛେ ପଡିଛନ୍ତି ଗଧିଆ।


ଗାଦି ପାଇବାକୁ ସଭିଏଁ ବିକଳ

 ଯୋଡନ୍ତି ଦୁଇଟି ହାତ


କିଏ କହେ ହାତୀ କିଏ ଘୋଡା ଦେବି

କିଏ କହେ ଦେବି ଭାତ

ଜିତିଲେ ପାଏନା କାତ,


ମିଠା କଥା କହି ମୁରୁକି ହସନ୍ତି

ଆଉଁସି ମାରନ୍ତି ନାତ।


ଦୁଇଶ ପାଆଁଶ ସାତଶହ ଦେଇ

କିଣନ୍ତି ଖଣ୍ଡିଏ ଭୋଟ୍


ଜିତିଲେ ଶୋଷନ୍ତି ଚକ୍ରବୁଦ୍ଧି କରି

ଛାଣନ୍ତି କେତେ ଯେ ନୋଟ୍

ପିନ୍ଧି ଦାମୀ କଳା କୋଟ୍,


ଭାଷଣ ମାରନ୍ତି ଦୁର୍ନୀତି ହଟାଅ

ଯେମିତି ସାଧିଙ୍କ ଲାଟ୍ ।


ମାରୁଥିଲା ଯିଏ କେତେଯେ ମୁଣ୍ଡିଆ

ଚିହ୍ନି ପାରୁନାହିଁ ଦେଖି


ଆମ ଦୁଃଖରେ ତା ଯାଏ ଆସ ନାହିଁ

ସତେ ଫୁଟିଛି କି (ତା) ଆଖି

ଆଉ କଣ ରହିଲା ବାକି


ଟଙ୍କା ଓ ଗାଦିକୁ ଜାବୁଡି ଧରିଥା

ସେହି ଜଗା ଅଛି ମୁକସାକ୍ଷୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍