STORYMIRROR

Durjyodhan Barik

Others

3  

Durjyodhan Barik

Others

ଟଙ୍କାରେ କିଲେ

ଟଙ୍କାରେ କିଲେ

1 min
141

ଦେଖ ଦେଖ ଆମ ସରକାରଙ୍କର

ଯୋଜନା ପରେ ଯୋଜନା 

ସବୁ ଯୋଜନା ତ ଅଧାପନ୍ତରିଆ

ଚାଲିଛି ଭୋଅଟ କିଣା ।


ସୁଲଭ ମୂଲ୍ୟରେ ଚାଉଳ ମିଳୁଛି

କିଲୋକୁ ଗୋଟିଏ ଟଙ୍କା 

ବଜାର ଭାଉତ ଆକାଶ ଛୁଇଁଲା

ଗରାଖଙ୍କ ମୁହଁ ବଙ୍କା ।


ଲେମ୍ଵୁ ଗୋଟିକକୁ ଦଶ ଟଙ୍କା ପୁଣି

ଲଙ୍କା କିଲୋ ଦୁଇଶହ 

ଶାଗ କିଲୋ ପୁଣି ପଚାଶ ଷାଠିଏ

କେମିତି ବଞ୍ଚିବା କୁହ ।


କି କହିବି ଆଉ  ତେଲ ଲୁଣ କଥା

ନକହିବା ଅଟେ ଭଲ 

ପେଟ୍ରୋଲ ଡିଜେଲ ଶହେ ଟପି ଗଲା

ଗାଡି ବାଲା କଲବଲ ।


ଜଳ ଟୋପେ ପାଇଁ ଲୋକ ହନ୍ତସନ୍ତ

ହଜିଲା ସ୍ୱଜ୍ଜଳ ଧାରା 

କୃଷି କର୍ମ ପାଇଁ  ଜଳ ମିଳେ ନାହିଁ

ସିଞ୍ଚନ ଅଧା ପନ୍ତରା ।


ପ୍ରଦେଶ ଭିତରେ ଜାଲ ପରି ନଈ

ସବୁ ରହିଛି ବିଛାଇ 

ନଦୀ ଜଳ ନେଇ କୃଷିରେ ଲଗାନ୍ତେ

ସର୍କାରୀ ଉଦ୍ୟମ କାହିଁ ।


ହାଣ୍ଡିଶାଳ ଦେଖ ଉଜ୍ଜ୍ୱଳା ଯୋଜନା

ଲୋକ ଜାଳେ କାଠ ଘସି 

ଗ୍ୟାସ ଦର ତ ହଜାରେ ଛୁଇଁଛି

ଘରଣୀ କାନ୍ଦନ୍ତି ବସି ।


କଚ୍ଚା ଘର ସବୁ ପକ୍କା ହେଉ ଅଛି

ଗରିବ ଲୋକଙ୍କ ପାଇଁ 

ଚାରି ପାଖ ସିନା କାନ୍ଥ ଛିଡା ହେଲା

ହେଲେ ତାର ଛାତ ନାହିଁ ।


ଛାତର ପଇସା ପି.ସି ଗଣା ହେଲା

କାନ୍ଥ ତାର ମୁକ ସାକ୍ଷୀ 

ହିତ ଅଧିକାରୀ ଚୁପଚାପ ରହେ

ପି.ସି ଭାଗ ବଣ୍ଟା ଦେଖି ।


ତଥାପି ଜନତା ଖୁସିରେ ଅଛନ୍ତି

ଟଙ୍କାରେ ଚାଉଳ କିଲେ 

ପନ୍ଦର ରଖି କି କୋଡିଏ ବିକିଲେ

ଚାରି ଶହ ଟଙ୍କା ମିଳେ ।

          ନୀଳଗିରି ବାଲେଶ୍ବର ।



Rate this content
Log in