ଟଙ୍କାର ଖେଳ
ଟଙ୍କାର ଖେଳ
1 min
954
ଟଙ୍କା କରି ଦିଏ
ସମସ୍ତଙ୍କ ମୁହଁ ବଙ୍କା
କଳା ଏଠି ହୁଏ ଧଳା
ସତ ଉପରେ ମିଛ ହୁଏ ବୋଳା
ମୂର୍ଖ ହୁଏ ସାହେବ
ଧନ ବଳେ କରେ ଗରବ
ଗରିବ ର ସ୍ଥାନ ନାହିଁ
ଶୁଣୁ ଥାଏ ଅନ୍ୟ ର ଟାହି
ବଡ ଘରେ ଚାଲୁ ଥାଏ କେତେ ନାଟ
ସେଠି ନଥାଏ କାହାର ଭେଟ
ପଚାରିଲେ ଭାଇ ରହସ୍ୟ ଖୋଲ
ହସି ଉତ୍ତର ଦିଅନ୍ତି
ଚାଲିଛି ଏଠି ଟଙ୍କା ର ଖେଳ.
