STORYMIRROR

Sarojini Jena

Others

3  

Sarojini Jena

Others

ଟିକି ତାରା

ଟିକି ତାରା

1 min
201


ପାହାନ୍ତି ତାରାଟା ହସୁଥିଲା ପରା

       ହୋଇ ଟିକେ ଝିଲି ମିଲି 

ରାତି ସାରା ପୁଣି ଦେଖୁଥିଲା ସିଏ

        ସପନ କେତେ ରଙ୍ଗୋଲି ll


ଭାବୁଥିଲା ବସି ପୁନେଇ ଚାନ୍ଦଟା

        ଯଦି ଯାଆନ୍ତା କି ଚାଲି 

ଅମାବାସ୍ୟା ରାତ୍ରେ ଝଲସି ଉଠନ୍ତା

        ହସୁଥାନ୍ତା ଖିଲି ଖିଲି ll


ଜହ୍ନର ଅସ୍ତିତ୍ୱ ସହିପାରୁନାହିଁ 

        ମନଟା ଯାଏ ତା ଚହଲି 

ଭାବୁଥାଏ ବସି ନିର୍ଜନ ରାତିରେ

        ଏ ଆକାଶ ତାର ଖାଲି ll


ସମୟ ସୂଚାଏ ନିଜ କର୍ମ ସlରି

        ସଭିଏଁ ଯାଆନ୍ତି ଚାଲି 

ପୁଣି ମନେ ଭାବେ ସବୁ ଅଭିନୟ

         କେହି ତ ନୁହେଁ ଅସଲି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍