ଟିକି ଶିଶୁଟି ମୁଁ
ଟିକି ଶିଶୁଟି ମୁଁ
1 min
264
ସମସ୍ତେ କୁହନ୍ତି ଟିକି ଶିଶୁଟି
ଗୁଲୁରୁ ଗୁଲୁରୁ ମୋର କଥାଟି
ଯୁକ୍ତାକ୍ଷର ନୁହେଁ ମୋର ଶବ୍ଦଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ନୁହେଁ ଅଭିଧାନ ମୋର ଶବ୍ଦଟି
ବା ଓ ମା ଡାକଇ ନୀତି ମୁହିଁଟି
ଜେଜେ ଓ ମାଙ୍କର ମୁହିଁ ସାଥିଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ଥୁକୁଲୁ ଥାକୁଲୁ ଚାଲି ମୋରଟି
ଖିଲି ଖିଲି ହସ ମୋର ମୁହଁଟି
ଦୁଃଖିର ଦୁଃଖ ମୁଁ ନେଇ ଯାଏଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
ବାଲି ନଟପଟ ଖେଳ ମୋରଟି
ହିଂସା ଓ କପଟ ଜାଣି ନାହିଁଟି
ମାଆର ପଣତ ମୋର ସ୍ୱର୍ଗଟି
ଟିକି ଶିଶୁଟି ମୁଁ ଟିକି ଶିଶୁଟି ।
