ଟିକି କଢିଟିଏ
ଟିକି କଢିଟିଏ
1 min
2.9K
ଟିକି କଢି ଟିଏ ଆମେ କଢ଼ିଟିଏ
ଆମେ ଗଢିବୁ କାଲି ସୁନାର ଦେଶ ଟିଏ
ଆମେ ପଢ଼ିବୁ ଆମେ ବଢିବୁ
ସାରା ଜଗତେ ମାଟି ମାର ନାଁ ରଖିବୁ
ଦେଖିବାକୁ ସିନା ଆମେ ଲାଗୁ ସାନ
ପଛଘୁଞ୍ଚା କେବେ ଦେବୁନି ରଖିବାକୁ ଦେଶର ମାନ
ମନେ ନାହିଁ ଆମ ଉଚ୍ଚ - ନୀଚ ,ଜାତି - ଅଜାତି
ମା - ବାପାଙ୍କ ଲାଗି ଆମେ ସବୁ ହୀରା, ନୀଳା,ମୋତି
ସ୍ୱଚ୍ଛ ଭାରତ ଲାଗି ଆମେ ଦେଉଛୁ ସୁ ବାରତା
ସ୍ୱଚ୍ଛ ମନରେ ପୂଜିଲେ ସାହା ହେବେ ଆମକୁ ବିଶ୍ଵ କରତା
ଦେଶ ଲାଗି ମନେ ଆମ ଭରିଛି କେତେ ସୁନା ସପନ
ସଂକଳ୍ପ ଆମରି ଭଲ କାମ ଲାଗି ଗଲେ ଯାଉ ଆମ ଜୀବନ
ଜାଣି ଜାଣି ଆମେ କାହା ମନେ କେବେ ଦବୁନି କଷ୍ଟ
ନିଜ ସ୍ବାର୍ଥ ଲାଗି ଅନ୍ୟ ଦରବକୁ କେବେ କରିବୁନି ନଷ୍ଟ
ଆମେ ହସିଲେ ଦୁନିଆ ହସିବ ହସିବ ପୁଣି ମାଆ
ଦିଅନି ଆମକୁ କେବେ ନିର୍ଯାତନା ହୁଅ ଆମରି ସାହା
ଭ୍ରୁଣକୁ ତୁମେ କରି ନଷ୍ଟ ଫିଙ୍ଗ ନି ନାଳ ନର୍ଦ୍ଦମା ରେ
ହୋଇପାରୁ ଆମେ କାଲି ଉଜ୍ଜଳ ନକ୍ଷତ୍ର ତୁମ ପରିବାରରେ
ଶିଶୁ ଦିବସରେ ଏତିକି ମିନତୀ ଶୁଣ ଆହେ ସାଧୁଜନ
ମୁଖୁ ତଵ ହରି ଉଗ୍ର ସ୍ଵଭାବ ଶିଶୁ ମନ ଜିଣ କହି ମିଠା ବଚନ
ସୁବ୍ରତ ଜେନା ,୯୭୭୬୨୦୮୯୩୦
