ଟିକି ଚଢେଇ
ଟିକି ଚଢେଇ
1 min
297
ଟିକି ଚଢେଇ ମୁଁ ଟିକି ଚଢେଇ
ଉଡ଼ି ବୁଲୁଥାଏ ମୋ ଡେଣା ମେଲାଇ
କେତେ ପରିଶ୍ରମେ ତୋଳିଛି ଘର
ଝଡ଼ ବତାସକୁ ନାହିଁ ମୋ ଡର
ଶୀତ, କାକର ଓ ବରଷା ସହି
କେତେ ଦୁଃଖ, କଷ୍ଟ ମନରେ ବହି
ଜାଣିଛି ଜଞ୍ଜାଳ ଅଟେ ସଂସାର
ସୁଖମନେ ଦିନ ବିତାଏ ମୋର
ଭାଙ୍ଗିପଡ଼େ ନାହିଁ ଯେତେ ଯା ହେଲେ
ଉଡ଼ି ଗୀତ ଗାଏ ଆକାଶ ତଳେ
ମୋ ପରି ନିରୀହ ଜଗତେ ନାହିଁ
ତଥାପି ଜୀବନେ ହାରିବି କାହିଁ
ଚାଲୁଛି ଈଶ୍ୱର ନାମକୁ ଜପି
କିବା ବିଗାଡିବ ମୋହର କୋପୀ
ଉଡ଼ି ବୁଲୁଥାଏ ମୁଁ ଦିନରାତି
ବାଣ୍ଟି ଚାଲିଥାଏ ମୋ ମନ ପ୍ରୀତି
ଗୀତ ଗାଉଥାଏ ଭଳି କି ଭଳି
କିମ୍ପାଇଁ କରିଵି ଅନ୍ୟରେ କଳି
ଜାଣିଛୁ ମଣିଷ
ଈଶ୍ୱର ଦେଇଛି ସବୁ ତ ମୋତେ
ମୋ ଠାରୁ ଅଧିକା ଦେଇଛି ତୋତେ
ତଥାପି ରଖିଛୁ ବ୍ୟଥା ମନରେ
ତୋ ପୁଣ୍ୟ ଜନମ ନାଶ କଲୁରେ l
