STORYMIRROR

Ghanashyam Biswal

Children Stories Inspirational

4  

Ghanashyam Biswal

Children Stories Inspirational

ଟିକି ଚଢେଇ

ଟିକି ଚଢେଇ

1 min
305

ଟିକି ଚଢେଇ ମୁଁ ଟିକି ଚଢେଇ

ଉଡ଼ି ବୁଲୁଥାଏ ମୋ ଡେଣା ମେଲାଇ

କେତେ ପରିଶ୍ରମେ ତୋଳିଛି ଘର

ଝଡ଼ ବତାସକୁ ନାହିଁ ମୋ ଡର

ଶୀତ, କାକର ଓ ବରଷା ସହି

କେତେ ଦୁଃଖ, କଷ୍ଟ ମନରେ ବହି

ଜାଣିଛି ଜଞ୍ଜାଳ ଅଟେ ସଂସାର

ସୁଖମନେ ଦିନ ବିତାଏ ମୋର

ଭାଙ୍ଗିପଡ଼େ ନାହିଁ ଯେତେ ଯା ହେଲେ

ଉଡ଼ି ଗୀତ ଗାଏ ଆକାଶ ତଳେ

ମୋ ପରି ନିରୀହ ଜଗତେ ନାହିଁ

ତଥାପି ଜୀବନେ ହାରିବି କାହିଁ

ଚାଲୁଛି ଈଶ୍ୱର ନାମକୁ ଜପି

କିବା ବିଗାଡିବ ମୋହର କୋପୀ

ଉଡ଼ି ବୁଲୁଥାଏ ମୁଁ ଦିନରାତି

ବାଣ୍ଟି ଚାଲିଥାଏ ମୋ ମନ ପ୍ରୀତି

ଗୀତ ଗାଉଥାଏ ଭଳି କି ଭଳି

କିମ୍ପାଇଁ କରିଵି ଅନ୍ୟରେ କଳି

ଜାଣିଛୁ ମଣିଷ

ଈଶ୍ୱର ଦେଇଛି ସବୁ ତ ମୋତେ

ମୋ ଠାରୁ ଅଧିକା ଦେଇଛି ତୋତେ

ତଥାପି ରଖିଛୁ ବ୍ୟଥା ମନରେ

ତୋ ପୁଣ୍ୟ ଜନମ ନାଶ କଲୁରେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍