Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Inspirational Children Stories

2.8  

SARATA KUMAR DAS

Inspirational Children Stories

ଟିକି ଚଢେଇ

ଟିକି ଚଢେଇ

1 min
423



ଟିକି ଚଢେଇ ମୁଁ ଟିକି ମୋ ଡେଣା

          ଉଡେ ମୁଁ ଆକାଶେ ମାନେନା ମନା ।


ଟିକି ଆଖିରେ ମୁଁ ଦୁନିଆ ଦେଖେ

         ଭଲ ମନ୍ଦ ସବୁ ନିତି ପରଖେ  ।


ଉଡି ଉଡି ମୁଁ ଯେ ଦିଏ ବାରତା

         ଭାଇଚାରା ଭାବ ପୁଣି ଏକତା  ।


ଶାନ୍ତି ସ୍ଥିରତାର ମନ୍ତ୍ର ଶୁଣାଏ

         ଭଲବାଟ ନିତି କେତେ ଦେଖାଏ ।


ଟିକି ମନ ମୋର ଆକାଶ ଛୁଏଁ

         ହିଂସା କପଟ ମୋ ପାଖେ ନ ଥାଏ ।


ସଭିଏଁ ମୋଅର ଭଉଣୀ ଭାଇ

        ନିତି ଉଡୁଥାଏ ଗୀତ ମୁଁ ଗାଇ ।


ହସି ଖେଳି ନାଚି ଦିନ କଟାଏ

        କାହାରି ମନରେ ଦୁଃଖ ନ ଦିଏ ।


ସକାଳ ସୂରୁଜ କଅଁଳ ଖରା

        ମନେ ମୋ ଭରଇ ଭାବ ନିଆରା ।


ନୀଳ ଗଗନର ମୁଁ ଟିକି ତାରା  

        ଟିକି ଦେହ ମୋର ନ ଦିଏ ଧରା ।


ଟିକି ମନେ ମୋର ଉଚ୍ଚ ଭାବନା

        ନିଜ ପର ଭାବ ମୋତେ ଅଜଣା ।


ମାନ ଅଭିମାନ ପାସୋରୀ ଦେଇ

       ହସ ଖୁସି କେତେ ନିତି ବାଣ୍ଟଇ ।



Rate this content
Log in

Similar oriya poem from Inspirational