STORYMIRROR

Aruna Kar

Others

2  

Aruna Kar

Others

ଟିକି ଚଢେଇ - ୦୨

ଟିକି ଚଢେଇ - ୦୨

1 min
14.1K




ଟିକି ଚଢେଇ - ୦୨

****************,

ଟିକି ଚଢେଇ ରେ ଟିକି ଚଢେଇ

ମୋ କଥା ଟିକେ ଶୁଣିଯା

ଆମ ସମାଜରେ କି ରୀତି ଚାଲିଛି

ଭଲ କରି ଦେଖି ଯାଆ


ଶୁଣିଛି କୁଆଡେ ଭଲ କାମ କଲେ

ଭଲ ଫଳ ସବୁ ଆସେ

କାନ୍ଦିଲେ କାନ୍ଦିବ ଏକୁଟିଆ ଜଣେ

ହସିଲେ ଦୁନିଆ ହସେ


ମିଛ କହି ଦେଲେ ଇଶ୍ୱର ରାଗନ୍ତି

ଅଘଟଣ ଘଟି ଯାଏ

ଖରାପ କାମ ରେ ନର୍କ ବାସ ହୁଏ

ଆମ ଧର୍ମ ଗ୍ରନ୍ଥ କହେ


କେତେ ମିଛ କେତେ ଅନ୍ୟାୟ ଚାଲିଛି

ସତ୍ୟର ଖୋଳପା ତଳେ

ଧର୍ଷିତା ହୁଅଇ ଭବିଷ୍ୟ ଜନନୀ

ପାପ ମୃତ୍ୟୁ ର କୋଳେ


ସମାଜ ଆଖିରେ ସ୍ଵେଚ୍ଛାସେବୀ ଆମେ

ଭିତରେ କଳୁଷ ଭରା

ତେଲିଆ ମୁଣ୍ଡରେ ତେଲ ଦେଉ ଆମେ

ବୁହାଇ ଜ୍ଞାନର ଧାରା


ସ୍ଵାଧୀନ ଭାବରେ ଜନମ ଆମର

ହେଲେ ପରିସ୍ଥିତି ଦାସ

ପ୍ରତିଜ୍ଞା ତ କରୁ ଲକ୍ଷେ କୋଟିଏ

ପାଉ ଖାଲି ଅବଶୋଷ


***********ଅରୁଣା କର ********

***********08:05:18********

"ଭୁବନେଶ୍ବର

ମୋବାଇଲ no-9437733495


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍