STORYMIRROR

Abhisek Mohapatra

Others

3  

Abhisek Mohapatra

Others

ଟିକି ବୁଲବୁଲ

ଟିକି ବୁଲବୁଲ

1 min
256

ବୁଲବୁଲ ଆମ ବାଡି ପଛପଟେ ବସା ବାନ୍ଧିଛି ,

ସେଇ ଅଶୋକ ଗଛ ଡାଳରେ ,

କେବେ ଅଣ୍ଡାକୁ ଜଗି ବସୁଛି ତ ,

କେବେ ଫୁର୍ କରି ଆକାଶକୁ ଉଡିଯାଉଛି !


ତାକୁ ବେଶ୍ ଭଲଭାବରେ ଜଣା ,

ଆକାଶ କୁ ଛୁଇଁ ଯିବାର କୈ।ଶଳ !

ପବନକୁ କାଟି ଶୂନ୍ୟରେ ଭାସିବାର କଳା ,

ନିଃଶବ୍ଦ କାନନରେ ଗୁଞ୍ଜରଣ କରି ,

ସେ କରିପାରେ ନିସ୍ତବ୍ଧତା କୁ ଚଳଚଞ୍ଚଳ !


ଭସା ବାଦଲରେ ଦୋଳି ଖେଳି ,

ଆକାଶ ଛାତିରେ ମିଶିବାର ଲଗ୍ନଟିଏ ,

କିମ୍ବା ସ୍ୱପ୍ନ ମାନଙ୍କୁ ପିଚକାରୀ ମାରି ଫୁର୍ କରି ଉଡିବାର ଆଶା !


ସେ ଆକାଶକୁ ଉଡିଗଲେ ,

ବାଦଲଟା ଛାତି ପତାଇ ଦିଏ ,

ନୂତନ ଆଗନ୍ତୁକର ପୂର୍ବ ସୂଚନା ରେ ,

ବୁଲବୁଲ ଫୁଲେଇ ହୁଏ ସାଥୀ ପକ୍ଷୀଟି ସାଥିରେ ।


ସେ ଥଣ୍ଟ ଘସେ ଅଶୋକ ଗଛ ଡାଳରେ ,

ସାଥୀ ପକ୍ଷୀଟି ଆଧାର ଆଣିଲେ - 

ପ୍ରେମରେ ଖୁମ୍ପା ଖୁମ୍ପି ହୁଅନ୍ତି ଦୁହେଁ! !


କିଛି କ୍ଷଣ ପରେ ପୁଣି ବୁଲବୁଲଟି ଉଡିଯାଏ ,

ସାଥୀ ପକ୍ଷୀଟି ତା ଆସିବା ବାଟକୁ ପୁନଶ୍ଚ ଚାହିଁ ରହିଥାଏ !

           

 



Rate this content
Log in