STORYMIRROR

Pinku Ranbida

Others

3  

Pinku Ranbida

Others

ଟିକେ ସିନ୍ଦୂର

ଟିକେ ସିନ୍ଦୂର

1 min
226

ସରଗ୍ ରାଏଜର୍ ପରୀ ଥିଲା

ଝି ମୋର୍ ଗେଲେଇ ,

ଟିକେ ସିନ୍ଦୁର୍ ଲଗେଇଦେଲା ମୁଡେ ଯେ

ମୋର୍ ଠାନୁ ଯାଉଛେ ଦୁରେଇ ।


ଛାତିନୁ କଏଲ୍'ଜା ବାହାରିଗଲା ଲାଗୁଛେ

ଘର୍'ଛାଡିଗଲା ଦିନୁ

କେତେ ଲାଡେଗେଲେ ରଖିଥିଲି ତାହାକେ

ଭୁଲି ନାଇଁ ପାରୁଛେ ମନୁ


ମନ୍ ଭିତିରେ ମୋର୍ ଜୁଏ ଜଲୁଛେ ଯେ ଏଛେନ୍

କାହାକେ ନାଇହେବାର୍ ଦେଖେଇ,

ଯାହାକେ ହେତେ ଜତନ୍ କରିଥିଲି ଦିନେ

ତାହାକେ ଦେଲି ହଜେଇ ।


ହଜିଗଲା ମୋର୍ ଅସଲ୍ ଧନ୍ ସମ୍ପତି

ଦିନେ ଲାଗୁଛେ ଅନ୍ଧାର୍,

ଭୋକ୍,ଶୋଷ୍ ସବୁ ଉଡିଗଲାନ

ଜୀବନ୍ ଲାଗୁଛେ ବେକାର୍ ।


ଜୀବନ୍ ସାଙ୍ଗେ ଏଭେ ଲୁକ୍'ଲୁକାନି ଖେଲୁଛେ

କେଭେ ଦୁଃଖ୍ କେଭେ ଖୁସୀ,

ଝି'କେ ମୋର୍ ଦେଖିଦେଲେ ଥରେ

ମନେ ହସୀ ଭରି ଯାଏସି ।


ହସୀଟା ମୋର୍ ଜହଦିନ୍ ନାଇଁ ରହେ

ଦୁଃଖ୍ ଆଏସି ଚାଲି,

ମୋର୍ ଝି ତାର୍ ସାସ୍'ଘର୍ ପଲାଲେ

ମରୁଥିସି ତାହାକେ ଭାଲି ।


ଭାଲି,ଭାଲିକରି ଦିନ୍ ଗଲାନ ସରି

ମୋର୍ ଝି'ର୍ କଥାକେ,

ଟିକେ ସିନ୍ଦୁର୍ ଲଗେଇ ଦେଲା ମୁଡେ ଯେ

ପର୍'କରିଦେଲା ଛନ୍'କେ 

ମତେ ପର୍'କରିଦେଲା ଛନ୍'କେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍