ଟିକେ ଭୁଲ ପାଇଁ ଏତେ କରନା ହଟ
ଟିକେ ଭୁଲ ପାଇଁ ଏତେ କରନା ହଟ


ଟିକେ ଭୁଲ ପାଇଁ ଏତେ କରନା ହଟ
ମନ ଘରେ ଜାଗା ଦିଅ ଜଗନା ବାଟ
.........ଟିକେ ଭୁଲ ପାଇଁ ଏତେ
କରନା ହଟ ! ୦ !
ହସ ଦିନେ ବୁଣିଥିଲି ଫୁଟିବ ଫୁଲ
ଲୁହ ଆଜି ଛିଞ୍ଚିଦେଲି ଭୁଲନା ଗେଲ
ତୁମେ ମୋର ବଡ଼ ଅଛ ଭାବିନି ଛୋଟ
.........ଟିକେ ଭୁଲ ପାଇଁ ଏତେ
କରନା ହଟ ! ୧ !
କେତେ କିଏ ଈର୍ଷା କରି କରିଲେ ପାଲା
ପ୍ରେମ ନଈ ସନ୍ଦେହରେ ମାରିଲେ ଢେଲା
ସେଥିଲାଗି ଫସିଗଲି ମିଛର ନାଟ
.........ଟିକେ ଭୁଲ ପାଇଁ ଏତେ
କରନା ହଟ ! ୨ !
ସବୁ ଆଜି ବୁଝିଲିଣି ସତକୁ ମିଛ
ଭାବ ବେଶି ବଢ଼ିଗଲା ତୁମରି ପଛ
ମୋର ଲାଗି ବସା ନାହିଁ ନିନ୍ଦାର ହାଟ
.........ଟିକେ ଭୁଲ ପାଇଁ ଏତେ
କରନା ହଟ ! ୩ !