STORYMIRROR

Biswanath Nayak

Others

3  

Biswanath Nayak

Others

ଠିକଣା----------

ଠିକଣା----------

1 min
25

ଠିକଣା

----------

ନଦୀ ହଜିଗଲେ

    ସାଗର ଭିତରେ

         ନିଜକୁ ପାଏନା ଖୋଜି,

ସାଗର ହୁଅଇ

     ତାର ପରିଚୟ

         ତା ଠିକଣା ଯାଏ ହଜି। 


ଜାଣେ ତରଙ୍ଗିଣୀ

    ସାଗରେ ମିଶିଲେ

          ହଜିବ ତା ପରିଚୟ,

ହଜିବା ନିଶାରେ

     ତଥାପି ସେ ଧାଏଁ

          ଲଭିବା ପାଇଁ ବିଲୟ। 


ଚାହେଁନା ତଟିନୀ

     ବାରାନିଧି ଠାରୁ

          କିଛି ହେଲେ ପାଇବାକୁ,

କେବଳ ସେ ଚାହେଁ

      ସାଗର ସତ୍ତାରେ

             ମିଶିଣ ହଜି ଯିବାକୁ। 


ଅହଙ୍କାର ଭାବ

       ଥିଲେ ତା ମନରେ

             ହଜି କି ପାରନ୍ତା ସିଏ ?

ସମର୍ପଣ ଆଉ

        ତ୍ୟାଗ ଭାବ ନେଇ

             ତଟିନୀ ସାଗର ହୁଏ।


ତେଜି ଅହଙ୍କାର

     ତଟିନୀ ପରାୟେ 

             କଲେ ସବୁ ସମର୍ପଣ,

ଜୀବାତ୍ମା ମିଶିବ

      ପରମାତ୍ମା ସଙ୍ଗେ

             ତେଜି ସଂସାର କଷଣ।


ହଜିବାରେ ଅଛି

      କେତେ ଯେ ଆନନ୍ଦ

             ସେକଥା ଜାଣିଛି ଯିଏ,

ହଜିଗଲା ପରେ

      ଖୋଜେନା ନିଜକୁ

              ହଜିବାକୁ ଭଲପାଏ। 


ହଜିବାଟା ଏକ

     ଦୁରୂହ ସାଧନା

            ମନ ଯାର ଅଟେ ଶୁଦ୍ଧ,

ହଜିପାରେ ସିଏ

      ବୋଧିଦ୍ରୁମ ତଳେ

             ସାଜିବାକୁ ପରା ବୁଦ୍ଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍