ଠିକଣା ଦେବ କାହାର
ଠିକଣା ଦେବ କାହାର
ଝିଅ ଜନ୍ମ ପର ଘର
ଠିକଣା ହଜେ ନିଜର ,
ପର କରେ ଆପଣାର
ଆପଣା ହୁଅଇ ପର ।
ବନ୍ଧୁ ହୁଏ ବାପ ଘର
ଜନ୍ମ ସ୍ଥାନ ହୁଏ ଦୂର ,
ଅଜଣା କାହାର ଘର
ପାଦ ବଢେଇ ନିଜର ।
ନିଜର ତା ’କେଉଁ ଘର
ପ୍ରକୃତ ଠିକଣା ତା'ର ,
କହେ ସେଠି ବାପଘର
ଆଉ ଏଠି ଶାଶୁଘର ।
ଝିଅର ଦୁଇଟି ଘର
ଭାଗ୍ୟ ଲେଖନୀ ତାହାର ,
ନିଜର ଠିକଣା ଦେବ
କୁହ ତେବେ କେଉଁ ଘର??????
ପ୍ରକୃତ ଠିକଣା ତାର...........
