STORYMIRROR

Jyotiranjan Acharya

Others

2  

Jyotiranjan Acharya

Others

ତଥାପି

ତଥାପି

1 min
925


ତଥାପି

---------

ପଚାଶ ବସନ୍ତ

ଅତିକ୍ରାନ୍ତ ହେଲା

ସାଥେ ସାଥେ ତୋର ମିତ,

ତୋ ବିନା ଲାଗଇ

ଏକାବନତମ

ମଧୁ ମାସ ନୁହେଁ ଶୀତ।

ତଥାପି ଆଶାର

ଆଶ୍ରାରେ ଜିଉଁଛି

ସୂର୍ଯ୍ୟର ବାଟ ଦେଖି,

ଶୀତୁଆ କୁହୁଡି

ଅପସରି ଯିବ

ଆସିବ ମୋ ପ୍ରାଣ ସଖୀ।

ଜୀବନ ଲଭିବ

ଜୀବନ ପାଦପ

ପଲ୍ଲବ ଯିବ କଅଁଳି,

ଶୀତ ଚାଲିଯିବ

ବସନ୍ତ ଆସିବ

ଫୁଟିବ ପୀରତି କଳି।

© ଜ୍ୟୋତି ରଞ୍ଜନ ଆଚାର୍ଯ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍