STORYMIRROR

Jyotsnarani Panda

Others

3  

Jyotsnarani Panda

Others

ତଥାପି

ତଥାପି

1 min
255

କିଏ ଜାଣେ କେଉଁ ପ୍ରସ୍ତର ଖଣ୍ଡଟି 

   ସ୍ତମ୍ଭ ହବ ଅବା କୁମ୍ଭ 

ତଥାପି ପ୍ରଭୁଙ୍କୁ ଭେଟିବେ ବୋଲି ସେ 

  ମନେ ଧରିଥାନ୍ତି ଦମ୍ଭ ।। 


କେଉଁ ଫୁଲ ଲାଗେ ପ୍ରଭୁଙ୍କ ମସ୍ତକେ 

  କିଏ ଝଡେ ବନସ୍ତରେ 

ତଥାପି ସୁମନ ସମ୍ଭାବନା ସାଥେ 

  ସୁରଭିତ ପାଦପରେ ।। 


କିଏ ଜାଣେ କେଉଁ ମାଟି ପିଣ୍ଡୁଳାଟି 

 ଦୀପ ହବ ଅବା ରୁଖା 

ତଥାପି ମନରେ ଅସରନ୍ତି ଆଶା 

  ନିଶ୍ଚେ ହେଵେ ପ୍ରଭୁ ଦେଖା ।। 


କିଏ ଜାଣେ କେଉଁ କାଷ୍ଠ ହେବ ରଥ 

  କିଏ ଯେ ଦାରୁ ବିଗ୍ରହ 

ତଥାପି ପ୍ରଭୁଙ୍କ ପରଶ ଲଭିଵେ 

  ହୃଦେ ଅସୀମ ଆଗ୍ରହ ।। 


କେଉଁ ଜୀବାତ୍ମାର ପୂର୍ଣ୍ଣଜନ୍ମ ହୁଏ 

  କେଉଁ ଆତ୍ମା ଲଭେ ମୋକ୍ଷ 

ତଥାପି ଜୀବନ ଜୀଇଁବାକୁ ହୁଏ 

  ପ୍ରଭୁ ପ୍ରାପ୍ତି ଶେଷ ଲକ୍ଷ୍ୟ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍