STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ତଥାପି ମୁଁ ବଞ୍ଚିଛି

ତଥାପି ମୁଁ ବଞ୍ଚିଛି

1 min
243


,,,,,ତଥାପି ମୁଁ ବଞ୍ଚିଛି ,,,,,,,,,,,,,,,

ଶଶାଙ୍କ ଶେଖର ରାୟ


ସବୁକିଛି ପାଖେ ଥାଇ

ମୁଁ କାନ୍ଦୁଥାଏ କାହିଁ

ସମସ୍ତଙ୍କର ଅଲକ୍ଷ୍ୟରେ ଅଜଣାତରେ ।

ବିଦେଶରୁ ପୁଅ କୁହେ

ବାପା କେମିତି ଅଛ

ପାରୁନି ମୁଁ ଯାଇ ବ୍ୟସ୍ତତାରେ ।

ବୟସ ହେଲାଣି

ଜଗିରଖି ଚଳୁଥିବ

ଭାବିବନି କିଛି ମନେ

ସବୁ ବନ୍ଦୋବସ୍ତ କରି ସାରିଛି

କାହିଁ ଯାଇ ରହୁନ ବୃଦ୍ଧାଶ୍ରମରେ ।

ସ୍ମୃତିର ପାଉଁଶ ଗଦାରୁ

ଦରାଣ୍ଡୁଥାଏ ମୁଁ ଅତୀତଟାକୁ

ପରଳ ଢାଙ୍କଥିବା ମୋ ଆଖିରେ ।

ଚମ ଧୁଡ୍ ଧୁଡୁ ପାକୁଆ ପାଟି , ପାଚିଲା କେଶ

ଅଣ୍ଟା ନଇଁପଡୁଥିବା ଲୋକ

ସବୁବେଳେ କଣ ଥୁଣ୍ଟାବରଗଛ

ହାହାକାର କରୁଥାଏ ନିରବରେ ।

ନିଜ ସଙ୍ଗେ ନିଜେ ଯୁଦ୍ଧ କରେ

ବେକ ଭାଙ୍ଗି ଆକାଶକୁ ଚାହିଁଚାହିଁ

ଗୋଟେ ପୋଖତ ଦାର୍ଶନିକ ପାଲଟେ

ବଞ୍ଚିବାକୁ କଣ ଶେଷ ମୁହୂର୍ତ୍ତରେ ।

ଲହୁ ଝରୁଥିଲା ଛାତିରେ

ଦେଖିଲେ ଲୁହ ପୁଅର ଆଖିରେ

ପିଲାଦିନର ଥାପୁଡା ଆଜି

ବାଜେ ଚାପୁଡା ହୋଇ ମୋ ଗାଲରେ।

ସଂସାରର ରଙ୍ଗଭୂମି ତଳେ

ଶରଶଯ୍ଯା ଆଜି ମୁଁ

ପୁତମୋହ ଅନ୍ଧରେ ।

ଆଖି ବୁଜିଥିଲି ଦିନେ ଅନ୍ୟାୟ ଅତ୍ୟାଚାର

ଦୂର ପାହାଡ ଭଳି ଦିଶୁଥିଲି

ସମସ୍ତଙ୍କୁ ଖୁବ ସୁନ୍ଦର

ଅଜାତଶତ୍ରୁ ସାଜି ଏଠି

ଧାରୁଆ ଶବ୍ଦର ଛୁରୀରେ

କାହିଁକି ମୋତେ ହତ୍ୟାକର ବାରମ୍ଵାର

ତଥାପି ମୁଁ ବଞ୍ଚିଛି

ବନ୍ସି କଣ୍ଟାର ଥୋପ ଗିଳି

ଝାଟିପିଟି ହୁଏ ମୀନ ପରି

ମୃତ୍ୟୁ କିନ୍ତୁ ଛକି ବସିଥାଏ କୂଳେ

ଟାଣି ନେବାକୁ ଉପରକୁ

ଭାଷୁଥିବା ମୋ ସୋଲ ବୁଡିଗଲେ ଥରେ ।

ମୋ -7377197999

ବଟରପଡା ବଟରପଡା ଭାମଣ୍ଡା ରାଜକନିକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍