STORYMIRROR

Narayan chandra Senapati

Others

3  

Narayan chandra Senapati

Others

ତଥାପି ମଣିଷ ବଞ୍ଚିଛି

ତଥାପି ମଣିଷ ବଞ୍ଚିଛି

1 min
472




ଏନ୍ତୁଡ଼ିଶାଳର କୁଆଁ କୁଆଁ କାନ୍ଦ


ମଶାଣି ଜୁଇର କୋହ,


ମଝି ଅବଧିର ଯନ୍ତ୍ରଣା ପସରା


ହୃଦୟୁ ଝରାଏ କୋହ,,


ରୋଗ ପାଲିଙ୍କିରେ ଦୁଃଖ ଝୁଲି ଆସେ


ଶୋକତୁରା ହୁଏ ମନ,


ଶାନ୍ତି ସଉଧରେ ବଂଚିବା ଆଶାରେ


ଧୀରେ ଧୀରେ ହୁଏ କ୍ଷୀଣ,,


କାନ୍ଦି କାନ୍ଦି ସେ ହସୁଛି


ତଥାପି ମଣିଷ ବଞ୍ଚିଛି ।।


ହିଂସା ଦୁନିଆଁରେ ଈର୍ଷା ସୈତାନଟା


ଛଳ ଖଡ଼୍ଗେ ମାରେ ଚୋଟ,


କପଟ କୁମ୍ଭରୁ ବିଷ ଖୁଆଇସେ


ମାରେ କରି ଛଟ ପଟ,,


ସହି ପାରେନ ସେ କା ହସ ପ୍ରଶଂସା


ବ୍ୟୁହେ ଯୋଖେ ନିନ୍ଦା ଶର,


ଆଗେ କେ ମାଡିଲେ ଫାଟେ ତାର ଛାତି


ଝଟ୍ କରି ଟାଣେ ଗୋଡ଼,,


ପଡିବା ଦେଖି ହସୁଛି


ତଥାପି ମଣିଷ ବଞ୍ଚିଛି ।।


କୃତଘ୍ନ ଶବ୍ଦଟା ଅଭିଧାନୁ କାଟି


ଲେଖି କୃତଘ୍ନ ନୃଶଂସ,


ବିଶ୍ୱାସ ଶ୍ରଦ୍ଧାକୁ ପୋଡି ଜାଳିଲାଣି


ସଞ୍ଚି ଘୃଣାର ପାଉଁଶ,,


ବଦାନ୍ୟ ହଜାଇ ବିଶ୍ୱାସକୁ ଦେଲା


ଶ୍ବାନ କୁ ଧରମ ଦାନ,


ବିଶ୍ୱାସଘାତକ ସାଜି ଗର୍ବେ କହେ


ମୁଁ ସୈତାନ ବୈମାନ,,


ମୁଁ କଣ ପାପକୁ ଡରୁଛି ?


ତଥାପି ମଣିଷ ବଞ୍ଚିଛି ।।


ଉପରେ ହସୁଛି ଭିତରେ କାନ୍ଦୁଛି


ପୁଣ୍ୟ ଆଶା ଧର୍ମ ପାଇଁ,


ନ୍ୟାୟ ତରାଜୁରେ ଭରିଛି ସପନ


ପାପ ସବୁ ଯିବ ଧୋଇ,,


ମରି ମରି ସିଏ ହସ ଜନ୍ମାଇଛି


ଖୁସି ଉଲ୍ଲାସକୁ ଖୋଜି,


ଆଶା ବି ରଖିଛି ବିଶ୍ୱାସ ବି ଅଛି


ସ୍ନେହ ଶରଧାର ବାଜି,,


ଭରସାରେ ସ୍ୱପ୍ନ ଦେଖୁଛି


ତଥାପି ମଣିଷ ବଞ୍ଚିଛି ।।


*ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍