STORYMIRROR

Sonali Swapna Patra

Others

3  

Sonali Swapna Patra

Others

ତଥାପି ହସୁଛି

ତଥାପି ହସୁଛି

1 min
1.1K

ହାରିଯାଇଅଛି ଜୀବନର ପଥେ

ତଥାପି ଆଜି ମୁଁ ହସେ,

ପ୍ରତି ଆଘାତରେ ଆପଣାର ବାସ୍ନା

ଚଉଦିଗ ଫୁଟି ବାସେ ।


ଆପଣାତ ଏଠି କରେ ମୋତେ ଦୂର

ଦେଖେ ପୁଣି ସବୁ ଦୋଷ,

ପଥର ହୃଦୟ ସବୁକୁ ସହୁଛି

ଓଠରେ ରଖିଛି ହସ ।


ନୀରବେ ନୀରବେ ଜଳିବାକୁ ଚାହେଁ

କାଠ ପୁତ୍ତଳୀ ଟେ ହୋଇ,

ପ୍ରତିବାଦ ଅବା କେଉଁଠି କରିବି

ସ୍ବାର୍ଥ ଯଦି ମନେ ନାହିଁ ।


ଦାନ୍ତ ନେଫେଡ଼ା ହସ ଦେଖନ୍ତି ସର୍ବେ

ବୁଝନ୍ତିନି ମନ କଥା,

କାହିଁକି କହିବି ନିରାଶ କାହାଣୀ

କିଏ ପଢ଼ିବ ମୋ ବ୍ୟଥା ।


ଜୀବନେ ବଞ୍ଚିଛି କିଛି ଆଶା ନେଇ

ନିରାଶାକୁ ସାଥେ ଧରି,

ପ୍ରତି ଆଘାତରେ ବଞ୍ଚିବା ଶିଖୁଛି

ହସକୁ ପାଥେୟ କରି ।


Rate this content
Log in