STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ତଥାପି ବଞ୍ଚିଛି

ତଥାପି ବଞ୍ଚିଛି

1 min
11.6K


ଜହ୍ନ ହସେ, ତାରାଭରା ଅଦୂରେ ଆକାଶେ

ସାରା ରାତି ହସୁଥାଅ ତୁମେ

ମୋ' ମନର ଆଖିରେ,

ପ୍ରୀତି ଧାରା ଜ୍ୟେତ୍ସ୍ନା ଭିଜା

ପ୍ରଣୟ ବେଦୀରେ,

ଏମିତି ଆସ ତୁମେ ମୋ ସ୍ମୃତି ଅଗଣାରେ ।।


ସୁସଜ୍ଜିତ ଫୁଲର ସବାରୀ‌ ରୁ

ମୋ ହୃଦୟ ଦେହ ପଲଙ୍କରେ,

ଲୋଟିପଡ କେବେ ଯେବେ

ସ୍ଵପ୍ନଭାଙ୍ଗେ ମୋ' ଆଖିର ଲୁହରେ ।।


ଆନନ୍ଦର ଅବସାନେ ବେଦନା ଓ କୋହ

ମନକୁ ଭୁଲାଏ ସଖୀ ଲୁଚାଏ ମୋ ଲୁହ

ଉଜାଗରେ ‌ରାତିସାରା ଖୋଜେ ସେଇ ଅତିତ ର ସ୍ମୃତି,

ତୁମେ କ’ଣ ସତରେ ମୋର ସେଇ

ମାନମୟୀ ପ୍ରୀତି ଝରା ସାଥି  ।।


ଏଇ ସକାଳ ସୁନେଲି କଅଁଳ କିରଣ

ମୋ ଦେହ ଛୁଉଁଛି,

ଦରଫୁଟା ଫୁଲସବୁ ହସିବା ବଦଳେ

ଖତେଇ ହେଉଛି ।।


ତଥାପି ବଞ୍ଚିଛି ନେଇ ଏଇ ଦରଦୀ ଜୀବନ

ପିଇ ପିଇ ଦୁଃଖ ପିଆଲାରେ

ଲୁଣିଆ ଲୁହକୁ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍