ତଥାପି ବାସନ୍ତୀ ମନ
ତଥାପି ବାସନ୍ତୀ ମନ
ହସନ୍ତା"କି?
ବସନ୍ତ ମାନସୀ,
ଅଶାନ୍ତିରୁ ଶାନ୍ତ ମଳୟରେ
ପ୍ରଶାନ୍ତ ଏ ଦିଗ୍ ବଳୟ ମଧ୍ୟେ
କେଉଁ ଏକ ନିଶାନ୍ତର ପ୍ରହେଳିକା ଅନ୍ତେ.
କିନ୍ତୁ" ସତେ !
ଏ ପୃଥିବୀ କବଳିତ
ପଞ୍ଚଭୂତ କରାଳ କୃରରେ,
ପ୍ରତିଟି ମୁହୂର୍ତ୍ତ କାନ୍ଦେ
ପ୍ରକୃତିଟା ଇତଃସ୍ତତ ହୋଇ,
ନିଃଶ୍ବାସରେ ନାହିଁ ବିଶ୍ବାସତା
ବାୟୁ ମଣ୍ଡଳର ପରିଚୟ ଶୂନ୍ଯ.
ସମ୍ପର୍କର ମାନେ ବୋଲି !!
ରାତି'ଟା ବି ସାଥୀ ହରା ଆଜି
ଉଲକା ମାନେ ଯେ'ଝା ଗତିପଥେ,
ତାରାପୁଞ୍ଜ ଅନନ୍ତ ଦୂରରେ,
ନକ୍ଷତ୍ର ଓ ଗ୍ରହପୁଞ୍ଜ ଗତିଶୀଳ କର୍ତ୍ତବ୍ୟ ପାଳନେ,
ଦିନ ମାନ ଦୟନୀୟ ଭରା,
ସୂର୍ଯ୍ୟ ନେତ୍ରେ ଅ'କଳ୍ପନା ଲୁହ,
କିରଣରେ ବାରୁଦ ଷ୍ପୁଲିଙ୍ଗ,
ଉତ୍ତାପର ବିଭ୍ରମ ମାନସ.
ଚତୁଃର୍ଦିଗେ କୋଳାହଳମୟ !!!
ବିଭିଷିକା ଭୀଷଣତା ବିଭତ୍ସ ତାଣ୍ଡବ,
ଧର୍ଷଣ ଶୋଷଣ ଲୁଣ୍ଠନ ଓ
ଅତ୍ୟାଚାର ସାଥେ,
ଅନଶନ ଧର୍ମଘଟ ଗଣଧାରଣାରେ
ସ୍ଲୋଗାନ'ର ତୀବ୍ର ବିସ୍ଫୋରଣ,
ନେତା ମନ୍ତ୍ରୀ ନୈତିକତା ମଧ୍ୟେ
ନିତି ନିତି ନୀତି ନିର୍ଦ୍ଧାରିତେ,
ସତ୍ୟତା'ର ଭବ୍ଯ ପ୍ରକାଶରେ
ମତବାଦ ମୃତଶବ୍ଦ ତୂଲ୍ୟ,
ଜାଗରିତେ ସ୍ଵତନ୍ତ୍ରତା ଭରା
ଜିଇଁବାରେ ଭିନ୍ନ ପରିଚୟେ,
ଆଦରତା ଉପକ୍ରମଣିକା ସମ୍ଵନ୍ଧର ଜ୍ୟାମିତି ସୁତ୍ରରେ,
ପାଇବାକୁ ପାଣି ଠାରୁ ପ୍ରାଣ,
ଖେଳିବାକୁ ମାଟି ଠୁଁ ମରଣ ସାଥେ
ସ୍ବତଃ ସାଧ୍ୟେ ସଭିଏଁ ଆତୁର,
ଅତୃପ୍ତତା
ଅତୃପ୍ତତା ଆଶାବାଦୀ ମନ
ନିଜସ୍ୱ ଚିନ୍ତାରେ,
ଜୀବନରେ ପ୍ରତିକ୍ଷଣ
ଜନ୍ମ ଠାରୁ ଜୁଇରେ ଜ୍ଵଳନେ.
ହସିବ କି
ନିର୍ଭୟା ଟା
ନିର୍ଭୟେ ଏଥର ?
ତଥାପି ଅବଶୋଷୀତ
ଆଇନର ଆଇନା ଆଗରେ ଆଜି
ଅର୍ଦ୍ଧଦଗ୍ଧା ନିର୍ଯାତୀତା, ଅର୍ଦ୍ଧନଗ୍ନା ନିଷ୍ପେସିତା,
ଅପେକ୍ଷାରେ ମଗ୍ନ,
ଆଖିବନ୍ଧା କଳାପଟି ଦିନୁଦିନ ଫେଇ ଚାଲେ
ଶତ ଶତ କାନୁନ୍ ର ସୁତା,
ଗଣିବାକୁ ହୁଏ ଶେଷେ
ପ୍ରତିକ୍ଷାର ଦିନ,
କଟାକ୍ଷରେ କ୍ଷତାକ୍ତର ଶରୀରକୁ ଧରି.
ଏଥିମଧ୍ୟେ
କେତେ କେତେ କୁନ୍ଦୁଲି ପୀଡ଼ିତା,
ନଗଡ଼ାର ଆଠବର୍ଷ ଶିଶୁ,
ଆଉ ପୁଣି
ଆଦିବାସୀ ଅଧ୍ୟୁଷିତ ଯୁବତୀ କଣ୍ଠରୁ
ଅଟ୍ଟହାସ୍ୟ ମଧ୍ୟେ ଶୁଭେ କେତେ ଆର୍ତ୍ତନାଦ
କରୁଣ ଚିତ୍କାର ପୁଣି
ଭୟାନକ ନିର୍ମମ ବିଭତ୍ସ ଆକ୍ରୋଶର ଆକ୍ରମଣେ ରକ୍ତାକ୍ତ ଶରୀର,
କାକୁତି ମିନତି କେତେ
କଳୁଷିତ ହେବା ପୂର୍ବୁ
ନିଜର ସେ
ଅମ୍ଳାନ ଇଜ୍ଜତ ଟିକକ ଲାଗି
ନର ରୂପୀ ନୃଶଂସର ନଖର ଆଘାତୁ.
ତଥାପି ବଞ୍ଚିଛି
ଆଜି,
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ର ମଧ୍ୟେ କଟାମୁଣ୍ଡ ବେଲାଳ ସେନର,
ଉପାଡ଼ିବ
ପାପୀ କୀଚକର ପାପ ଜର୍ଜରିତ ହସ୍ତ,
ମାଖିଦେବ
ଯାଜ୍ଞସେନୀ ମୁକୁଳା କେଶରେ,
ସେଦିନ ହସିବ ସୀତା
ଖେଳିବ ସ୍ବର୍ଗ ଅପ୍ସରା
ମୁକୁଳିବ ଅହଲ୍ୟାଟା ପତୀ ଅଭିଶାପୁ.
ନାଚିବ ମୟୁରୀ ବନେ
ବସନ୍ତରେ
ବାସନ୍ତୀ ସାଥିରେ.