STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଠାକୁର ହେ

ଠାକୁର ହେ

1 min
385


ଠାଣି ତ୍ରିଭଙ୍ଗୀ ତୋ ମନ ମୋହନ

ଠାର ତୋ ଆଖି ର ଜିଣେ ମରମ।।


ଠାକୁର ଘରେ ମୋ କାଳିଆ ଦିଅଁ,

ଠଣା ରେ ଢ଼ିବିରି ଛାଇ ଆଲୁଅ।।


ଠକିଆ ଠାକୁର ନକର ଭେଦ,

ଠାବ ଦିଅ ପାଶେ ହେ ପଦ୍ମପାଦ।।


ଠିକଣା ହଜେଇ ଦେବି ଠାକୁରେ,

ଠାବ ଖୋଜିବି ତୋ ବଡ଼ ଦୁଆରେ।।


ଠୁଳା ଠୁଳା ହସ ଭରି ଅଧରେ,

ଠାରି ଡାକୁ ଅବା ନୟନ ଧାରେ।।


ଠିକ କରି କହ କଳା ଠାକୁର,

ଠକି ଦେବୁନି ମୁଁ ଅଧମ ଛାର।।


ଠୁଳ ହୋଇଛନ୍ତି ଯେତେ ଆକୁଳେ,

ଠେଲି ପସିବେ ତୋ ବଡ଼ ଦେଉଳେ।।


ଠେଙ୍ଗା ଧରି ପଣ୍ଡା ଛାଡ଼ନ୍ତି ରଡି,

ଠେଙ୍ଗେଇ ଦିଅନ୍ତି ବେତ ର ବାଡ଼ି।।


ଠୁଙ୍ଗାରେ ଧରିଛି ଦୟଣା ଫୁଲ,

ଠାକୁରେ ସାଦରେ କର ସ୍ୱୀକାର।।


ଠିକଣା ବେଳକୁ କଳା କାଞ୍ଚନ

ଠାବ ହେବ ତବ ରଙ୍ଗା ଚରଣ।।

******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍