STORYMIRROR

Prasanta kumar Hota

Others

3  

Prasanta kumar Hota

Others

ଟେକି ଦେବି ସନ୍ଧ୍ୟା ଧୂପ

ଟେକି ଦେବି ସନ୍ଧ୍ୟା ଧୂପ

1 min
13.3K


କେତେ ସନ୍ଧ୍ୟା ଯାଏ ଶ୍ରୀ ମନ୍ଦିରେ ତୋର

ଦେଇ ନାହିଁ ସନ୍ଧ୍ୟା ଦୀପ

ଆଜି ତୁ ରଥରେ ବଳଗଣ୍ଡି ଠାରେ

ଟେକି ଦେବି ସନ୍ଧ୍ୟା ଧୂପ…

କେତେ ଯତନରେ ବସିଛୁ ରଥରେ

ଧନ୍ୟ ତୋର ଭକ୍ତ ଦେଖି

ଯିଏ ଯାର ଭକ୍ତି ରସ ଢାଳୁଛନ୍ତି

ଦେଖି ତୋର ଭାବ ପକ୍ଷୀ….

ନାଲି ଅଧରରେ ନାଲି ହସ ଟିକେ

ଦିବ୍ୟ ଭାବେ ଦିବ୍ୟାଙ୍ଗନା

କୋଟି କାମରୂପ ଅରୁପ ସ୍ଵରୂପ

ନିରାକାର ନିରିଗୁଣ….

ସେ ରୂପ ତ୍ରିଗୁଣ ଦେଖିବାକୁ ପଣ

ମନରେ ବାନ୍ଧିଛି ଆଜି

ପାଇବି କି ବୋଲି ଯାଏ ମୁଁ ଚହଲି

ଭାବୁଛି ମୁଁ ଭଜି ଭଜି…..

କାଲି ପୁଣି ଯେବେ ରଥ ହେବ ଟଣା

ନେଉଥିବେ ତୋତେ ଟାଣି

ପାଇବି କି ଶକ୍ତି ଏଜନ ସମୁଦ୍ରେ

ମୁଁ ତ ମାତ୍ର କୀଟ ମଣି…..

ଛୁଇଁବାକୁ ତୋର ରଥ ରସି ହାର

ଭାବନାରେ ଯାଏ ବିତି

ନପାରିଲେ ଛୁଇଁ ଦେଖୁଥିବି ତୋତେ

ତୋର ସେହି ଚକା ଆଖି…..

ରୁଣୀ ମୁଁ ତୁମର ହେଇଛି ହେ ପ୍ରଭୁ

ମୋହ ଠାରେ ଦୟା ବୋହି

ରଖି ନନ୍ଦିଘୋଷ କଲ ପରିତୋଷ

ଦରଶନ ମୋତେ ଦେଇ…

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍