ଟାଣିବା ଜଗାର ରଥ
ଟାଣିବା ଜଗାର ରଥ
ଯାତରା ଯାତରା ରଥ ଯାତରାଟି
ସାରା ଜଗତରେ ଜଣା
ଯେତେ ଯାତ ଅଛି ଜଗାର ଏ ଯାତ
ବଡ ଯାତରାରେ ଗଣା ।।
ସବୁ ବରଷରେ ଆଷାଢ଼ ମାସରେ
ଏଇ ଯାତରାଟି ପଡେ
ବଡଦାଣ୍ଡେ ଲୋକ ଗହଳି ଭିତରେ
ଦିଅଁଙ୍କର ରଥ ଗଡେ ।।
ରତନ ବେଦୀରୁ ପହଣ୍ଡି ହୋଇକି
ଆସନ୍ତି ଠାକୁର ତିନି
ପଡେ ହରିବୋଲ ବାଜୁଥାଏ ପୁଣି
ଖୋଳ କରତାଳି ଗିନି ।।
ଆଗେ ବଳରାମ ମଝିରେ ସୁଭଦ୍ରା
ପଛରେ ସେ ଜଗା ଥାଏ
ଭକତେ ଟାଣନ୍ତି ଗଡି ଗଡି ରଥ
ଶରଧାବାଲିକି ଯାଏ ।।
ଜନମବେଦୀରେ ନଅ ଦିନ ରହି
ଠାକୁରେ ଆସନ୍ତି ଫେରି
ରଥ ପରେ ଯେବେ ସୁନାବେଶ ହୁଏ
ଭକତେ ଦେଖନ୍ତି ଘେରି ।।
ସେନେହ ମମତା ଶରଧା ସମତା
ସାରା ଜଗତରେ ବୁଣି
ସରିଗଲେ ଯାତ ବଡ ଦେଉଳରେ
ବିଜେ ହୁଅନ୍ତି ସେ ପୁଣି ।।
ଆସ ବେଗେ ଯିବା ତାହାଙ୍କୁ ଦେଖିବା
ହେଉ ଯେତେ ଦୂର ପଥ
ବୁଲିବା ମଜାରେ ରଥ ଯାତରାରେ
ଟାଣିବା ତାଙ୍କରି ରଥ ।।
