STORYMIRROR

Dr Baman Chandra Dixit

Others

3  

Dr Baman Chandra Dixit

Others

ଟାହିଆ ଟେକା ଠାକୁର

ଟାହିଆ ଟେକା ଠାକୁର

1 min
290


ଟିକି ମନ ମୋର ଅଳପ ଆଶା

ଟିକିଏ କରୁଣା ପାଇଁ ଭରସା।।


ଟେକି ବେନି ବାହୁ କଳା ଠାକୁର

ଟାକି ବସିଛି କରୁଣା କୁ ତୋର।।


ଟଣା ଟଣା ଆଖି ମନ ମୋହୁଛି

ଟଣା କଜଳ ଭୃଳତା ଛୁଉଁଛି।।


ଟୋପା ଟୋପା ବାସ ଚନ୍ଦନ ନେଇ

ଟିପି ଦିଅନ୍ତି ତୋ କପାଳେ ସାଇଁ।।


ଟଙ୍କା ପଇସା କୁ କାମନା ନାହିଁ

ଟଙ୍କ ତୋରାଣି କୁ ବସିଛି ଚାହିଁ।।


ଟୋପାଏ ପିଇବି ଅମୃତ ଧାରା

ଟୋପାଏ ବୋଳିବି ଶରିର ସାରା।।


ଟାହିଆ ଶୋଭିତ କଳା କାଞ୍ଚନ

ଟିକେ କରୁଣା କୁ ବ୍ୟାକୁଳ ମନ


ଟାଣି ନେଲ ନିଜ ହାତେ ଶ୍ରୀଫଳ

ଟେକ ରଖି ଭକତ ଦାଶିଆ ର।।


ଟାଣୁ ଟାଣୁ ତୋର ରଥ ଦଉଡି

ଟଳି ଯାଆନ୍ତି କି ତୋ ପାଦେ ପଡ଼ି।।


ଟାଳି ଦେଏନା ମୋ ଅଳି ଗୁହାରି

ଟାଣିନେ ମୋତେ ତୋ ଶରଣେ ହରି।।

***********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍