ତରୀ ଟିଏ
ତରୀ ଟିଏ

1 min

0
ଖାଲ, ଢ଼ିପ,ପାହାର ଓ
କେତେ ଝଡ଼ ମାଡ,
ସାମୁଦ୍ରିକ ଝଡ଼ ପୁଣି
ବରଫ ପାହାଡ଼... !
ଲୀନ ହୋଇଯିବ କାଳେ
ଲାଗେ ଭାରି ଡର ,
ତଥାପି ଆଗକୁ ମାଡ଼ି
ଆଗରେ ପଥର....!
ଅଳ୍ପ ଅଳ୍ପ ମଖମଲ
ପଥର ଅନେକ ,
ତଥାପି ତରୀଟି ଧାଏଁ
ଲମ୍ବା ଲମ୍ବା ପଥ... !
ଉଠି ପଡି, ପଡି ଉଠି
ଆଗକୁ ଧାଇଁଛି ,
ଦୁଃଖ ସୁଖର କାଠରେ
ତା' ବକ୍ଷ ବାନ୍ଧିଛି... !
କର୍ତ୍ତବ୍ୟର ଆହୁଲାକୁ
କାଠରେ ଧରିଛି ,
ତେଲ ଲୁଣ ସଂସାରକୁ
ନାବରେ ରଖିଛି... !
ଦୁଃସ୍ବପ୍ନ ଓ ମାନ୍ଦା ବେଳା
ପଛରେ ଫିଙ୍ଗୁଛି ,
ନୂତନ ସୂର୍ଯ୍ୟ କିରଣ
ଆଗରେ ଖୋଜୁଛି... !
ସମୟ ସ୍ରୋତରେ ଭାସେ
ତା' କର୍ମର ଲେଖା ,
ଲୀନ ହେବ ସାଗରରେ
ଧର୍ମ ଏକା ସଖା... !