STORYMIRROR

Niranjan Sahu

Others

3  

Niranjan Sahu

Others

ତ୍ରିବାର ସତ୍ୟ

ତ୍ରିବାର ସତ୍ୟ

1 min
142

ଯେଉଁ ରୂପ ପାଇଁ ଗରବ କରୁଛ   

ସେଇ ରୂପ ଦିନେ ହଟିବ

ଯେଉଁ ରୂପ କୁ ସଜେଇ ହେଉଛ

ରୂପ ଦେଖି ଯୁଗ ହସିବ,


ଯଉବନ ପାଇଁ ଗରବ କରୁଛ

ଯୌବନ ଅଲୋଡ଼ା ହୋଇବ

ବାହୁ ବଳ ପାଇଁ ଗରବ କରୁଛ

ବାଘ ବଳ ମୂଷା ହୋଇବ


ଧନ ବଳ ପାଇଁ ଗରବ କରୁଛ

ସବୁ ଧନ ବୃଥା ହୋଇବ

ଧନ ପାଖେ ଥିବ ମନ କ୍ଷୀଣ ହେବ

ସବୁଥାଇ ତୁଚ୍ଛ ହୋଇବ


ରୂପ ଚାଲିଯିବ ବଳ ଚାଲିଯିବ

ଶରୀର ଦୁର୍ବଳ ହୋଇବ

ବୁଲି ପାରିବନି ଚାଲି ପାରିବନି

ଏକ ଜାଗେ ପଡି ରହିବ,


କେହିରହିନାହିଁ ଏ ଭଵ ସାଗରେ

ଏକଥା କୁ ଟିକେ ହେଜିବ

ତୁମେ ଚାଲିଯିବ ତୁମରି ବାଟରେ

ବେଳ କାଳ ଯେବେ ଆସିବ,,


ମରିବା ପାଇଁ ହିଁ ମଣିଷ ଜନ୍ମିଛି

ମରଣ ହିଁ ଅଟେ ସତ୍ୟ

ଜନମ ଦିନେ ମରଣ ଦିନେ

ଏହା ହିଁ ତ୍ରିବାର ସତ୍ୟ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍