STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ତ୍ରାହି ଲକ୍ଷ୍ମଣ

ତ୍ରାହି ଲକ୍ଷ୍ମଣ

1 min
306


 ତ୍ରାହି ଲକ୍ଷ୍ମଣ

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- ------------------- ----------

• ତ୍ରାହି ଲକ୍ଷ୍ମଣ ଶବଦେ ଥରିଲା

• ସ-ଚରାଚର ରସାତଳ

• ଏ କାରୁଣ୍ୟ ଶବ୍ଦ ଅବିଳମ୍ବେ ହେଲା

• ବୈଦେହୀଙ୍କ କର୍ଣ୍ଣ ଗୋଚର

• ବୋଲନ୍ତି ସୈାମିତ୍ରି ଶୁଣଛକି ତୁମେ

• ବିପଦେ ଶ୍ରୀରାମ ଡାକନ୍ତି

• ଯାଅ ବେଗକରି ବିକଳେ ଡାକନ୍ତି

• ତ୍ରାହି କର ତ୍ରାହି କର ହେ , ତ୍ରାହି ଲକ୍ଷ୍ମଣ… ।।

• ନିଶ୍ଚୟ ବନରେ ଅଜଣା ବିପଦେ

• ପଡିଛନ୍ତି ରଘୁପତି

• ଏ ନୁହେଁ ଶ୍ରୀରାମ- ଚନ୍ଦ୍ର ମୁଖ ସ୍ଵନ

• ଜନନୀ ଭୟ ପରିହର

• ନାହିଁ କେ ସଂସାରେ ରାମ ସମକକ୍ଷ

• ଦେବାକୁ ତାହାଙ୍କୁ ଦୁର୍ଗତି

• ନହୁଅ ଉଚ୍ଛନ୍ନ ଅଚିରେ ଫେରିବେ

• ଧରି ସଙ୍ଗେ ମୃଗଭାର ହେ , ତ୍ରାହି ଲକ୍ଷ୍ମଣ… ।।

• ଶ୍ରୀରାମ ଘରଣୀ ଭୟରେ ବାୟାଣୀ

• ମତ୍ତି ବିଚଳିତ ହୁଅନ୍ତି

• ଲକ୍ଷ୍ମଣ କଥାରେ ଜନକ ନନ୍ଦିନୀ

• କ୍ରୋଧେ ହୋଇ ଜର ଜର

• ଅନେକ ଅକୁହା କଟୁ ଭାଷା ଦେବୀ

• ଝିଙ୍ଗାସି ଲକ୍ଷ୍ମଣେ କୁହନ୍ତି

• ଧର୍ମ ସାକ୍ଷୀ ରଖି ସୁମିତ୍ରା ନନ୍ଦନ

• ଛାଡିଥିଲେ ପର୍ଣ୍ଣ କୁଟୀର , ତ୍ରାହି ଲକ୍ଷ୍ମଣ… ।।

• ଧନୁ ହୁଳେ ଯିବା- ବେଳେ ଲଇକ୍ଷଣ

• ତିନିଗାର ଦେଲେ କାଟି

• ସୁରକ୍ଷା ବଳୟ କାଟିଦେଉଅଛି

• ଏହାକୁ ନହେବ ପାର

• ନଡେଇଁବ କେବେ ଏ ଲକ୍ଷ୍ମଣ ଗାର

• ଘନାକର ମୋ ମିନତୀ

• କହଇ ପ୍ରଫୁଲ୍ଲ ବୁଦ୍ଧି ବିପରିତ

• ଘୋଟିଆସିଲାଣି କାଳ , ତ୍ରାହି ଲକ୍ଷ୍ମଣ… ।।




Rate this content
Log in