STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ତ୍ରାହି କର ଜଗନ୍ନାଥ

ତ୍ରାହି କର ଜଗନ୍ନାଥ

1 min
4.5K


କମଳାକାନ୍ତ ଛାମୁରେ କରପତ୍ର ଯୋଡ଼ି

ଡାକେ ଆତୁରେ , କଳା କହ୍ନାଇ

ଦୟା କର ହେ ବଡ଼ ଗୋସାଇଁ , କଳା କହ୍ନାଇ ।।

କଞ୍ଜ ନୟନ ଯୁଗଳ କମଳ ଆନନେ

ବଡ଼ ସୁନ୍ଦର , କଳା କହ୍ନାଇ

କର କରୁଣା ଦୟ।ର୍ଦ୍ର ହୋଇ , କଳା କହ୍ନାଇ ।।

କୋମଳ ରଙ୍ଗା ପୟରେ କମଳା,ଶାରଦା

ଆନନ୍ଦ ଭରେ , କଳା କହ୍ନାଇ

କରୁ ଥାନ୍ତି ସେବା ନିରନ୍ତରେ , କଳା କହ୍ନାଇ ।।

କଳା ନୂଆ ମେଘ ସମ କାନ୍ତି ମନୋହର

କି ମନୋରମ , କଳା କହ୍ନାଇ

ଡାକେ ଶୁଣ ହେ ନିର୍ଦୟ ନୋହି , କଳା କହ୍ନାଇ ।।

କନ୍ଦର ବିହାରୀ ହରି କରେ ଶଂଖ, ଚକ୍ର

ଶାରଙ୍ଗ ଧାରୀ , କଳା କହ୍ନାଇ

ଡାକେ କରେ ପୁଷ୍ପାଞ୍ଜଳି ଧରି , କଳା କହ୍ନାଇ ।।

କେକି ଦେଲା ମୁଁ ନଦେଲି କି ଅମାପ ପାପ

ମୁଁ ଅବା କଲି , କଳା କହ୍ନାଇ

ପର କରୁଅଛ ହେ କିମ୍ପାଇ , କଳା କହ୍ନାଇ ।।

କଞ୍ଜ ନେତ୍ର, ପଦ୍ମ ପାଦ କରୁଣା ମୟ ହେ

ଶ୍ରୀଜଗନ୍ନାଥ , କଳା କହ୍ନାଇ

କର ପ୍ରଫୁଲ୍ଲ ଅଧମେ ତ୍ରାହି , କଳା କହ୍ନାଇ ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା


Rate this content
Log in