Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Mohapatra

Others

3  

Sasmita Mohapatra

Others

ତପ୍ତ ମହ୍ଲାର

ତପ୍ତ ମହ୍ଲାର

1 min
323



ମୋ ଆଖିର ଆଷାଢ଼ ଆକାଶେ

ଘନକଳା ମେଘଙ୍କର ଭିଡ

ତୁମ ସ୍ମୃତି କୋହଲା ପବନେ

ବରଷିବ ହୋଇ ଟୋପା ଜଳ ।


ଅଭିମାନ ଭରା ମଧୁସ୍ମୃତି

ସ୍ବପ୍ନଘେରା ବାଷ୍ପ ହୋଇ ଘୁରେ

କେବେ ପୁଣି ବିନା ମଳୟରେ

ଶିହରଣ ଜଗାଏ ତନୁରେ ।


ରୋମାଞ୍ଚିତ କାମନା ଜ୍ବାଳାରେ

ପ୍ରତିଶ୍ରୁତି ଦୀର୍ଘଶ୍ବାସ ମାରେ

ଆବେଗର ପ୍ରଣୟ ପଣତେ

ପ୍ରଗଲ୍ଭା ସେ ସାଉଁଟେ ସ୍ମୃତିରେ ।


ଶ୍ୟାମମେଘ ଝରିଯିବ ଆଜି

ଭରିଯିବ ମନର ଘରଟି

ନଈ ହୋଇ ବୋହିଯିବ ଯଦି

ଭିଜିଯିବ ତୁମ ସହରଟି ।


ବନ୍ୟା ଆସେ ମୋର ଅଗଣାରେ

ତୁମେ ସିକ୍ତ ରୌଦ୍ର ଆବଦ୍ଧରେ

ଲକ୍ଷେ ଶ୍ରାବଣରେ ମୁହିଁ ତିନ୍ତେ

ତୁମେ ଟୋପେ ମାଗ ଜଳଦରେ ।


ସ୍ମୃତି ପ୍ରେମେ ଅବଗାହି ସତ

ନୀରବ ମୁଁ ତା'ର ଦହନରେ

ଅହରହ ଯିଏ ମୋ ପିଛାରେ

ଆଶ୍ରିତ ମୁଁ ସେହି ବନ୍ଧନରେ ।



Rate this content
Log in