ତୋ ପଦେ ମିନତୀ
ତୋ ପଦେ ମିନତୀ
1 min
326
ଶାରଦେ ଅଭୟ ବରଦେ ମାତ
ସମାଜ ହେଉଛି ବଡ ଉନ୍ମତ୍ତ ।
ସଂସାରେ ପଡିଛି ମହା ବିପତ୍ତି
ଦେଖି ଶୁଣି ଛାତି ହୁଏ କରତି ।
ସୁଖ ଶାନ୍ତି ବଳି ପଡିଛି ଯହିଁ
ଜୀବନ ଜଞ୍ଜାଳ ପୁରିଛି ତହିଁ ।
ଘରେ ଘରେ ବିରାଜମାନ କଳି
ଏତିକି ମାଆ ଗୋ କରୁଛି ଅଳି ।
ସଂସାର ଦୁର୍ଗତି ଖଣ୍ଡନ କର
ଦୁର୍ଗତିନାଶିନୀ ନାମ ତୋହର ।
ଯେସନେ ଖୁସି ତୋ ଅବତରଣେ
ଛାଇଯାଉ ଖୁସି ସବୁରି ମନେ ।
ସୁଖ ଶାନ୍ତି ବିରାଜମାନ ହେଉ
ସଂସାରୁ ଦୁଃଖ ଅପସରି ଯାଉ ।
ସମ୍ପର୍କ ନ ପଡୁ କେଉଁଠି ବନ୍ଧା
କେହି ନ ହୁଅନ୍ତୁ କା ପାଖେ ଛନ୍ଦା ।
ଆନନ୍ଦରେ ଦିନ ବ୍ୟତୀତ ହେଉ
ତୋର ନାମ ଧରି ଏ ଜୀବ ଯାଉ।
