STORYMIRROR

Minati Rath

Others

4  

Minati Rath

Others

ତୋ' ଓଠର ଖିଏ ହସ

ତୋ' ଓଠର ଖିଏ ହସ

1 min
344

ଦିନରୁ ରାତି ଯାଏଁ

ସମୟ ନଥାଏ ନେବାକୁ

ଶାନ୍ତିରେ ଟିକେ ନିଶ୍ୱାସ

ସମୟର ବରାଦ ଅନୁସାରେ

ଜିତିବାକୁ ହୁଏ ସବୁରି ବିଶ୍ୱାସ

କେବେ ଧଇଁସଇଁ ହୋଇ

ଦୌଡ଼ିବାକୁ ପଡ଼େ ଅନ୍ଧାର ଛାତିରେ

କେବେ ସୁନେଲି କିରଣ

ବିଛୁରିତ ହୁଏ ମୋ' ପଥଧାରେ

କେବେ ଯନ୍ତ୍ରଣା, କେବେ ନିରାଶା

କେବେ ସାହସ, କେବେ ବିତୃଷ୍ଣା

କେବେ ସାନ୍ତ୍ଵନାର ଉଷ୍ମତା

କେବେ ଆତ୍ମତୃପ୍ତି ପୁଣି ନୂଆ ଆଶା


ଏ ସବୁ ସାଉଁଟୁ ଥାଏ

ଦିନରୁ ରାତି ଯାଏଁ

ମୁଁ ଖୋଜେନା ସରଗର ଚାନ୍ଦ

ଲୋଡ଼େନା ପ୍ରୀତିର ପରଶ

ତଥାପି ଏ ପରିଶ୍ରମୀ

ମନ ଆଉ ହୃଦୟରେ

ବସା ବାନ୍ଧିଥାଏ ଆଶାଟିଏ

ଦେଖିବାକୁ ତୋ' ଓଠରେ

ଧାରୁଟିଏ ହସ


ତୋ'ର ସେ ଖିଏ ହସ

ଭରିଦିଏ ମୋ' ମନରେ ଅଜସ୍ର ଆତ୍ମବିଶ୍ୱାସ

ଜାଳିଦିଏ ମୋର ସବୁ ଅଭିମାନ, ଅବଶୋଷ

ତୋ'ର ସେ ଖିଏ ହସ

ଯୋଡ଼ିଦିଏ ମୋ' ଓଠରେ

ଅଉ ଖିଏ ହସ

ତୋ'ର ସେ ଚେନାଏ ହସ

ମୋ' ପାଇଁ ତ ପୁଳାଏ ଆକାଶ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍