STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ତୋ ମାୟା କରିଛି ଭୋଳ

ତୋ ମାୟା କରିଛି ଭୋଳ

1 min
241

 ବାଜେ ଘନ ଘନ  ଶଂଖ ମହୁରୀ 

    ଜନପଦ,ବନଭୂଇଁ 

 ଛୁଇଁ ,ପ୍ରତିଧ୍ଵନି.  ଗୁଞ୍ଜରିତ ହୁଏ

   ଉଲ୍ଲୁସି ଉଠଇ ମହୀ  

  ଦିବ୍ୟାଙ୍ଗନା ମହାମାୟୀ,

 ବିଜେ କରିଛନ୍ତି  ଅଧର୍ମ ବିନାଶେ

 ସର୍ବ , ଦେବାଦେବୀ ସଙ୍ଗେ ନେଇ ।।


 ଘୃତ ହୋମ ଧୂମ ଶିଖା ସଉରଭେ

  ପୂତ ମୟ ମନ୍ଦ ସମୀର

 ସଜ କୁସୁମ ର    ସୁଗନ୍ଧ ସଞ୍ଚାରେ

   ପ୍ରାଣ ହୋଇଉଠେ ଅଧୀର  

   ଓଁ କାର ମନ୍ତ୍ର ର ସ୍ଵର,

 ବିମୋହିତ ପରା    ସକଳ ଭୂବନ

  ଦେବୀ , ମାୟା କରିଅଛି ଭୋଳ ।।


 ଆହା କି ଆନନ୍ଦ   ଅଖିଳ ବ୍ରହ୍ମାଣ୍ତ

  ନୃତ୍ୟ, ଗୀତ ତାଳେ ତାଳେ

 ସରବେ ବିଭୋର  ଦୁଃଖ ପରିହାର

   କରି, ହର୍ଷୋତ୍ଫୁଲ୍ଲ ରୋଳେ  

   ଡାକୁଛନ୍ତି ଏକ ସ୍ଵରେ,

 ଦିଅ ଦିବ୍ୟ ଦୃଷ୍ଟି   ସକଳ ବିପତ୍ତି

 କ୍ଷଣେ , କ୍ଷୟ ହେଉ (ତୋ) ଆଜ୍ଞା ବଳେ ।।



Rate this content
Log in