STORYMIRROR

Chandan Mishra

Others

2  

Chandan Mishra

Others

ତୋ ଇଚ୍ଛା ରେ ଚାଲେ ସାରା ସଂସାର

ତୋ ଇଚ୍ଛା ରେ ଚାଲେ ସାରା ସଂସାର

2 mins
10.1K



ସ୍ବଭାବେ ପାଣ୍ଡବ ବଡ଼ ଧାର୍ମିକ

ବାଦ ବିବାଦରୁ କିସ ମିଳିବ,

କଥାକୁ ଗୋପନ ରଖିବା ପାଇଁ

ବ୍ରାହ୍ମଣ ବେଶରେ ବନେ ବୁଲଇ

ଧର୍ମ କଣ ସତେ ଏତେ ଦୁର୍ବଳ

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର

ଜାଣେ ମୁଁ କହ୍ନେଇ ନାଟ ତୋହର //


ଦେଶେ ଦେଶେ ବୁଲି ଛନ୍ଦନ ବେଶେ

ଯାଇ ପହଞ୍ଚିଲେ ପାଞ୍ଚାଳ ରାଜେ,

ସ୍ବୟଂମ୍ବର ଚାଲେ ଯାଜ୍ଞସେନୀ ର

ଲକ୍ଷ୍ୟ ଭେଦ କଲେ ଦ୍ରୌପଦୀ ନବ

କନ୍ଯା ବାଛି ପାରେ ନିଜର ବର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


ବହୁ ବୀର ଯୋଦ୍ଧା ଥିଲେ ସେଠାରେ

କୌରବ ବି ଥିଲେ ସ୍ବୟଂମ୍ବର ରେ,

ଭୀଷ୍ମ ଦ୍ରୋଣ ଲକ୍ଷ୍ୟ ଭେଦି ପାରନ୍ତେ

ଶ୍ରୀକୃଷ୍ଣ ମାୟାରେ ମୋହିତ ହେଲେ,

ଭାଗ୍ୟ ଆଗେ ପୁଣି ବଳ କାହାର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର......


ସବୁ ବୀର ଯୋଦ୍ଧା ହେଲେ ବିଫଳ

ବିଧାତା ଆଗରେ କିଏ ବା ବଳ

ଶ୍ରୀକୃଷ୍ଣ ଆଦେଶ ଦେଲେ ପ୍ରାର୍ଥ

ଲକ୍ଷ୍ୟ ଭେଦି କନ୍ଯା ପାଞ୍ଚାଳୀ ଜିତ

ନିୟତି ଖେଳୁଛି ଖେଳ ତାହାର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


ଜିତିଲେ ଦ୍ରୌପଦୀ ବୀର ଅର୍ଜୁନ

ସହି ନ ପାରିଲା ସେ ର୍ଦୁଯ୍ୟୋଧନ

ଜ୍ଞାତି ବନ୍ଧୁ ନେଇ ବିରୋଧ କଲା

ଅର୍ଜୁନ ବି ଦୃଢ଼ ଜବାବ ଦେଲା,

ଧର୍ମ ଯାର ପାଖେ ବିଜୟ ତାଆର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


କନ୍ଯାସଙ୍ଗେ ନେଇ ସେ ପାଞ୍ଚଭାଇ

ଗମନ କରନ୍ତି ରୁହନ୍ତି ଯହିଁ

ରନ୍ଧନ କାର୍ଯ୍ୟ ରେ ମାତା ଯେ ବ୍ଯସ୍ତ

ଉଚ୍ଚେ ଡାକ ଦେଲେ ଅର୍ଜୁନ ମାତ,

ସ୍ବାଦ ଯେ ଅମୃତ ବିଜୟ ଯାହାର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


ଅର୍ଜୁନ ବୋଇଲେ ଜାଣିଛ ମାତ

ନୂଆ ଦରବ ଟେ ଦେଖିବ ଆସ

ନ ଦେଖିକି ମାତ ଦେଲେ ଉତ୍ତର

ପାଞ୍ଚଭାଇ ରଖ ବାଣ୍ଟି ପାଖରେ

ସତେ କି ଆଇନ୍ ଅନ୍ଧ ଆମର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....


ଦ୍ରୌପଦୀ ବରିଲେ ପାଞ୍ଚଟି ପତି

ତଥାପି ଅଟନ୍ତି ସେ ମହା ସତୀ

ପାଣ୍ଡବ ଜୀବିତ ଅଛନ୍ତି ଜାଣି

ଧୃତରାଷ୍ଟ୍ର ନେଲା ପାଛୋଟି କରି

ସଂସ୍କୃତି ଓ ପରମ୍ପରା ଆମର

ଜାଣେ ମୁଁ କହ୍ନେଇ ନାଟ ତୋହର

ତୋ ଇଚ୍ଛା ରେ ଚାଲେ ସାରା ସଂସାର.....

(କ୍ରମଶଃ)




Rate this content
Log in