STORYMIRROR

Prasanta kumar Hota

Others

3  

Prasanta kumar Hota

Others

ତୋ ବଂଶୀ ବାଜିଲେ

ତୋ ବଂଶୀ ବାଜିଲେ

1 min
7.0K


ବଂଶୀ ସ୍ଵର ତୁମ ଶୁଭୁନାହିଁ ଆଉ

ବଂଶୀ କି ବାଜିବ କହ

ତୋ ବଂଶୀ ବାଜିଲେ ଗୋପୀ ଆସୁଥିଲେ

ଛାଡି ଘର ଦ୍ଵାର ମୋହ


କିଏ କହେ କାହିଁ ବଜାଅନା କାହ୍ନା

ବଂଶୀ କରେ ବାଟବଣା

ବଂଶୀ ଟି ବାଜିଲେ ହୃଦୟ ଚହଲେ

ହୃଦୟର ଉତ୍ତରଣା


ସେ ବଂଶୀ ସ୍ଵରରେ ରାଧା ପ୍ରାଣ ଝୁରେ

ଚନ୍ଦ୍ରସେଣା ଅଣଦେଖା

ଏ କି ଭାଗ୍ୟ ଦେଲୁ ଅଭାଗା କରିଲୁ

କେଉଁ ସୁଖ ଦେଲୁ ଲେଖା।


ଲଳିତା ବିଶାଖା ପୁଣି ଚିତ୍ରଲେଖା

ଯେତେ ଥିଲେ ରାଧା ସଖୀ

ରାଧା ପ୍ରେମ ଦେଖି ନଥିଲେ ନିର୍ମାଖୀ

ନିଜ ପ୍ରେମେ ନିଜେ ସୁଖୀ।


ଦେଖୁଥିଲେ ନିତି ମୋହନେ ଚିନ୍ତିତି

ମୋହନରେ ମୋହ ଭରି

ପାଉଥିଲେ ଗତି ରାଧା ସଙ୍ଗ ସଖୀ

ରାଧା ନାମ ଧରି ଧରି ।


ଏ କି ପ୍ରେମ ଥିଲା ହୃଦୟରୁ ଦୂରେ

ଆତ୍ମା ସଙ୍ଗ ମୋହ ଭରେ

ପାଇବକି କିଏ ତୋଦୟା ବିନାରେ

ସେ ବଂଶୀ ସୁରର ସୁରେ


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍