STORYMIRROR

Santosh Pattnayak

Others

3  

Santosh Pattnayak

Others

ତୋ'ବିନା- 1

ତୋ'ବିନା- 1

1 min
362


---0---

ଆଶ୍ବିନ ଆକାଶେ ଜହ୍ନ ଝଲସୁଛି

ମିଞ୍ଜି ମିଞ୍ଜି ତାରା ସହ

ମୋ'ମନ ଆକାଶେ ଉଆଁସ ଭରିଛି

ପୁଞ୍ଜିଭୁତ ସ୍ମୃତି ସହ....


ପ୍ରବାସ ଜୀବନେ ବ୍ୟକୁଳିତ ମନେ

ପ୍ରେମ ପରିଭାଷା ଖଞ୍ଜି

ଜହ୍ନ କଇଁ ପରି ପ୍ରେମକୁ ଆଦରି

ଦେଖୁଛି ପବିତ୍ର ପାଞ୍ଜି....


ମନ ମଞ୍ଜୁଷାକୁ ଆକଟି ରଖିଛି

ହୃଦୟେ ଯନ୍ତ୍ରଣା ଗେଞ୍ଜି

ନୟନେ ମାଖିଛି ଆଶା ଅଞ୍ଜନକୁ

ଛାତିଟାରେ ପ୍ରେମମଞ୍ଜି....


କରମ ଜଞ୍ଜାଳ ଜାଳୁଛି ହୃଦୟ

ନିରବୀ ରହୁଛି ମନ

ଅଭୁଲା ସ୍ମୃତିକୁ ସଞ୍ଜ ପରଶୁଛି

ତାତ୍ସଲ୍ୟ କରୁଛି ଜହ୍ନ....


ଜହ୍ନ ରୋଷଣୀରେ ରାତି ବି ଜଳୁଛି

ହୃଦୟେ ଲାଗୁଛି ନିଆଁ

ଭାରାକ୍ରାନ୍ତ ମନ ସମୀକ୍ଷା କରୁଛି

ସଂସାରର ମୋହମାୟା....


ସନ୍ତୋଷ ପଟ୍ଟନାୟକ, ବେଗୁନିଆପଡା ବ୍ଳକ୍, ତିରିଡା /ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍