STORYMIRROR

Kulamani Sarangi

Others

3  

Kulamani Sarangi

Others

ତମିସ୍ରାର ମାୟା

ତମିସ୍ରାର ମାୟା

1 min
251


ଚାହିଁଥିଲି ଯେବେ ଅନନ୍ତ ଆକାଶେ

ବସି ତମିସ୍ରା କୋଳରେ,

ସୃଷ୍ଟିର ସଂଗୀତ ନିରବେ ଛୁଇଁଲା

ଚେତନାକୁ ଆସି ଧୀରେ।।


ଅଗଣିତ ତାରା ଲକ୍ଷ ଲକ୍ଷ ହୀରା,

ଚାହୁଁଥିଲେ ହସି ହସି,

ରାତ୍ରି-ରାଣୀର ସ୍ୱପ୍ନମାନେ ସବୁ

ଛାୟାପଥେ ଥିଲେ ବସି।।


ଲୀଳାମୟଙ୍କର ସୁଦର୍ଶନ ପରି

କି ବିଶାଳ କ୍ରାନ୍ତିବୃତ୍ତ !!, 

କୋଟି କୋଟି ତାରା-ଗ୍ରହର ଜାଜ୍ୱଲ୍ୟ

ତା' ଦେହରୁ ବିଚ୍ଛୁରିତ।।


ଏ ନୁହେଁ ସପ୍ତର୍ଷି, ମେରୁ ଉର୍ଦ୍ଧ୍ୱେ ବସି

ସପ୍ତ ଦେବକନ୍ୟାଗଣ,

ବରଷାଉଥିଲେ ସୃଷ୍ଟିରେ ଅମୃତ

ପଡୁଥିଲା ତାର କଣ।।


ରଜନୀ ଗଭାରୁ ମୁକ୍ତାଫୁଲ ଏକ

ପଡିଗଲା ଧରଣୀରେ, 

ବିଚାରିଲି ତାକୁ ହାତେ ତୋଳିନେଇ

ଦେବି ସ୍ରଷ୍ଟାଙ୍କ ପୟରେ।।


ରାତ୍ରିରେ କାହିଁକି ଏତେ ଆଶୀର୍ବାଦ 

ଅନନ୍ତରୁ ପଡେ ଖସି !

ଦିନ ଆଲୁଅରେ ଏତେ ଅନ୍ଧକାର 

କେଉଁଠାରୁ ଥାଏ ଆସି ??


ମହାନ ଅନନ୍ତ କାଳ ପରିଚୟ

ରାତ୍ରି ନିରବ ସଂଗୀତ,

ପ୍ରତି ରଜନୀରେ କରେ ଏକାନ୍ତରେ 

ହୃଦୟ ବୀଣାରେ ନୃତ୍ୟ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍