ତମେ
ତମେ
ବିଚିତ୍ର କର୍ମା ବିଚିତ୍ର ଚିତ୍ରକର
ହେ ବିଚିତ୍ର ଯାଦୁଗର
ତୁମେ ସୃଷ୍ଟି ତୁମେ ଶ୍ରଷ୍ଠା ଦିବ୍ୟ ଦ୍ରଷ୍ଟା
ତୁମେ ଅନନ୍ତ ଅପାର ।।
ତୁମେ ଜ୍ଵଳନ୍ତ ଦିବ୍ୟ ପ୍ରକାଶକ
ଅନ୍ତରୀକ୍ଷେ ତୁମେ ତପନ
ତୁମେ ସୁ-ଶୀତଳ ଜହ୍ନର ଜୋଛନା
ଶୁଭ୍ରାଲୋକେ ବିଦ୍ୟମାନ ।।
ତୁମେ ତ ଆକାଶ ତୁମେ ତ ବତାସ
ତୁମେ ବସନ୍ତ ମଳୟ
ପ୍ରତି ସକାଳର ତରୁ ଲତା ଅଙ୍ଗେ
ବିକଚିତ ପୁଷ୍ପଚୟ ।।
ସରସୀରେ ପଦ୍ମ କୁମୁଦ
ତୁମେ ତ ତୁମେ ସେଠି ରାଜହଂସ
ଶୋଭା ବର୍ଦ୍ଧକ ହେ ମହାମହନୀୟ
ତୁମେ ତ ଆଶା ବିଶ୍ଵାସ ।।
ତୁମେ ତ ଦିବସ ତୁମେ ତ ରଜନୀ
ତୁମେ ବର୍ଷା ତୁମେ ଖରା
ଅଜଣା ଅଦେଖା ଶୂନ୍ୟ ପୁରୁଷ ହେ
ଅଜପା, ପରା, ଅପରା ।।
ତୁମେ ମେଘ ତୁମେ ବିଜୁଳି ଚମକ
ତୁମେ ପାରିଜାତ ଫୁଲ
ତୁମେ ଯେ ନନ୍ଦନ ବନ ବନମାଳୀ
ତୁମେ ଯୋଗୀ ଯୋଗେଶ୍ଵର ।।
ତୁମେ ଉଚ୍ଚୈଶ୍ରବା, ତୁମେ ଐରାବତ
ରୋଗୀ ରୋଗର ଔଷଧ
ତୁମେ ତ କରିଛ ବିଚିତ୍ର ବ୍ରହ୍ମାଣ୍ଡ
ବୈଚିତ୍ର ରୂପେ ଚିତ୍ରିତ ।।
ତୁମେତ ମୟୂର ତୁମେ ତ ଶାର୍ଦ୍ଦୁଳ
ତୁମେ ପକ୍ଷୀ ବୈନତେୟ
ସବୁ ଶ୍ରେଷ୍ଠେ ଶ୍ରେଷ୍ଠତମ ତୁମେ ବିଶ୍ଵେ
ତୁମେ ପ୍ରଭୁ ନିରାମୟ ।।