STORYMIRROR

Er Subhransu Kumar Behera

Others

3  

Er Subhransu Kumar Behera

Others

ତମେ

ତମେ

1 min
246

ନା ତମକୁ ମୁଁ ଦେଖି ପାରେ 

ନା ତମକୁ ମୁଁ ଛୁଇଁ ପାରେ 

କେମିତି ଦେଖିବି ...

ତମେ ତ ମୃଦୁ ମନ୍ତ୍ର 

ହୃଦଗ୍ରନ୍ଥିରେ ସଂଗୀତର ସ୍ଵନ ,

ଆଉ ଛୁଇଁବାର କଥା 

କେମିତି ଛୁଇଁବି ...

ତମେ ତ ସୁନା ରଂଗ

ଲହୁଣୀ ଖରାର ଅପରାହ୍ନ ।


ନା ତମକୁ ମୁଁ କହିପାରେ 

ନା ତମକୁ ମୁଁ ଶୁଣିପାରେ

କେମିତି କହିବି ...

ତମେ ତ ନିସ୍ତବ୍ଧରେ

ରକ୍ତ ପାଣି ଫଟା ଶିହରଣ ,

ଆଉ ଶୁଣିବାର କଥା 

କେମିତି ଶୁଣିବି...

ତମେ ତ ସ୍ଵପ୍ନରେ ମୋ

ଅମାପ ଗୁଜବ ରାତି ଦିନ ।


ନା ତମ ବିନା ମୁଁ ରହିପାରେ

ନା ତମକୁ ନିଜର କରିପାରେ

କେମିତି ରହିବି ...

ତମେ ତ ଅହରହ 

ଏ ମନର ଶୁଦ୍ଧ ନୀଳ ଶୂନ୍ୟତାରେ ,

ଆଉ ନିଜର କରିବାର କଥା

କେମିତି କରିବି ...

ତମେ ତ ଆଜି ବି ନିରବ

ମୁଁ ସନ୍ନିଧ୍ୟ ଆଶାୟୀ ଭ୍ରମ ପ୍ରମାଦରେ ।


          



Rate this content
Log in