ତମେ ମନେ ପଡ............
ତମେ ମନେ ପଡ............
1 min
382
ତମେ ମନେ ପଡ ଯେବେ
ଆଷାଢ଼ ନଇଁ ଆସଇ
ଯେବେ କଳାମେଘ ଅଂକେ
ଚପଳା ଚମକି ଉଠଇ
ଯେବେ ବାସନ୍ତି ପୁଲକେ
ଧରଣୀ ଚିତ୍ରିତ ବସନ ପିନ୍ଧଇ l
ତମେ ମନେ ପଡ ଯେବେ
ଫଗୁଣ ଲଗନେ ଫଲଗୁ ମହକେ
ଅଂଗରେ ବେପଥୁ ଜାଗଇ
ଜୋଛନା ପୁଲୀନେ ଯହିଁ
ଛାଇ ଛାଇ ରଂଗ ଖେଳଇ
ବିଜନ ବେଳାର କୁଞ୍ଜ ଗହଳେ
ଯହିଁ ମତୁଆଲା ରାତି ହସଇ l
ତମେ ମନେ ପଡ
ଯହିଁ ଫୁଲର ପସରା
ଫିଟି ପଡିଥିବ
ସୁଵାସେ ଚଉଦିଗ ଚହଟାଇ
ତମେ ମନେ ପଡ ଯେବେ
ଆଷାଢ଼ ନଇଁ ଆସଇ l
