STORYMIRROR

Apalata Aruk

Others

3  

Apalata Aruk

Others

ତମେ ଗଲା ପରେ

ତମେ ଗଲା ପରେ

1 min
174

ପ୍ରାଣପ୍ରିୟ ତମେ ଗଲା ପରେ ପରେ

ମଳୟ ଯାଇଛି ହଜି,

ବିରହ ବିଧୁର ଆତୁର ପରାଣେ

ତୁମକୁ ଖୋଜୁଛି ଆଜି ।


ଆପଣାପଣରେ ବାନ୍ଧିନେଲ ତମେ

ମୋ ମନରେ କଲ ଘର,

ଫୁଲର ଦୋଳିରେ ଝୁଲେଇଲ ମୋତେ

ସ୍ୱପ୍ନରେ କଲ ବିଭୋର ।


ଛାଡି ଦେଇଗଲ ଝୁରିବାକୁ ଏବେ

ଦେଲ ସିନା ପରାଭବ,

ଏତେ କଥା ଯଦି ତମ ମନେ ଥିଲା

ବାନ୍ଧୁଥିଲ କିଆଁ ଭାବ ।


ତଥାପି ଭରସା ରଖିଛି ତମଠି

ତମେତ ଆସିବ ଫେରି,

ତମରି ବାଟକୁ ଚାହିଁ ରହିଥିବି

ବିରହୀ ଚାତକ ପରି ।


Rate this content
Log in