STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ତମେ ଅଛ ବୋଲି

ତମେ ଅଛ ବୋଲି

1 min
234

ତମେ ଅଛ ବୋଲି

ପକ୍ଷୀର କାକଳି

 ରାବ ପଡ଼ଇ ଉଛୁଳି

ଆଖି ଦିଏ ମଳି

ଲେଉଟା ଗୋଧୂଳି

 ସଞ୍ଜ ବତୀ ଉଠେ ଜଳି।


ତମେ ଅଛ ବୋଲି

ରାତି ଦି ଫସଲି

କଇଁ ଚାନ୍ଦ ସାଥେ ମେଳି

ଉଆଁସ ତିଥିରେ

ପୀରତି ବତୁରେ

 ତାରା ହୁଏ ଝିଲିମିଲି ।


ତମେ ଅଛ ବୋଲି

ନଶ୍ୱର ଦେହରେ

କଳା ରଂଗ ମାଖି ଦେଲି

ସୂରିଲା ଯୌବନ

ପୁରିଲା ଜୀବନ

ତୁମ ପାଦେ ଅରପିଲି ।


ତମେ ଅଛ ବୋଲି

କଣ୍ଟା ଫୁଲ କଳି

ଦିଏ ସମ୍ପର୍କ ପାଖଳି

ଦିନ ସରି ଯାଏ

କଥା ରହି ଯାଏ

ତମର ମୁଁ ହେଇଗଲି ।


ତମେ ଅଛ ବୋଲି

ଖରା ଛାଇ ମେଳି

ଦୁଇ ପାଦ ମଧ୍ୟେ କଳି

କଳି ରେ କାଳିମା

କଲୋଳିତ ଵାମା

ତମର ମୁଁ ହେଇଗଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍