STORYMIRROR

SARATA KUMAR DAS

Others

4  

SARATA KUMAR DAS

Others

ତମେ ଆସିବ ବୋଲି

ତମେ ଆସିବ ବୋଲି

1 min
361

ତମେ ଆସିବ ବୋଲି 

ଧରା ବୁକେ ଅପୂର୍ବ ସମ୍ଭାର

ଦୋଳି ଖେଳେ ମେଘମାଳ ନୀଳ ଅମ୍ବରରେ

ଝଙ୍କାର ତୋଳେ ମେଘ ମହ୍ଲାର 

ମୟୂର ନାଚେ ପଂଚମ ତାନରେ

ଥିରି ଥିରି ବହେ ଶୀତଳ ପବନ

ଅଜାଡି ପଡୁଛି ଚନ୍ଦନର ଧାର

ମହ ମହ ବାସେ ଚଉଦିଗ ,

ସୁନ୍ଦର ସୁସଜ୍ଜିତ ଫୁଲର ତୋରଣ 

ସ୍ବାଗତ କରୁଛି ମଥାଟେକି ମଥାନକୁ

ଲଣ୍ଡା ପାହାଡର ଫୁଙ୍ଗୁଳା ଛାତିରେ

ମେଘ ଛୁଏଁ ବାର ବାର  ।


ସୁବର୍ଣ୍ଣର ପୂର୍ଣ୍ଣକୁମ୍ଭ ଡାକେ ହାତ ଠାରି

ଫେରି ଆସ ପ୍ରିୟା ତମେ

ମୋ ଶୂନ୍ୟ ଅଗଣାକୁ ,

ମଧୁରାତି ନୀରବି ଯାଏ ସାନ୍ତର୍ପଣେ

ହଜିଯାଏ ବହଳ ଅନ୍ଧାରେ

ଘୁଞ୍ଚି ଘୁଞ୍ଚି ଯାଏ ମିଳନର ମହାର୍ଘ ସମୟ 

ଘିଅଦୀପ ଲିଭି ଲିଭି ଯାଏ

ଦଲକାଏ ପବନର ମଧୁର ସ୍ପର୍ଶରେ ,

ବଢି ବଢି ଯାଏ ଝିଙ୍କାରୀର ଝିଁ ଝିଁ ଶବ୍ଦ 

ସୁର ତାଳ ଲୟ ମୋ ଜୀବନ ବୀଣାର

ବାଜି ଉଠେ ଆପଣା ଛାଏଁ 

ପ୍ରୀତିର ଗଜଲ ଗାଏ ମାଟିର ଅଗଣା

ମଧୁଝରା ମଧୁର ପର୍ବରେ ,

ଶୁନଶାନ୍ ନିରୋଳା ରାତିରେ 

ନୀଳ ନୀଳ ତୃଷ୍ଣା ମୋର ଡେଇଁ ଡେଇଁ ଯାଏ

ସବୁ ସୀମା ସରହଦ ଆଉ ଯେତକ ବନ୍ଧନ

ଖାସ୍ ତମେ ଆସିବ ବୋଲି  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍