STORYMIRROR

Lipi Sahoo

Others

3  

Lipi Sahoo

Others

ତମାମ୍ ରାତି

ତମାମ୍ ରାତି

1 min
178

ଅଦିନ ବର୍ଷାରେ ଭିଜି ଭିଜି

ଧୋଇଦେବି ଯେତେ ଭିତରର କଳଙ୍କ କାଳିମା

ଭିଜିବି ମୁଁ ତମାମ୍ ରାତି


ମୋ ଉପରେ ପଡିଥିବା ପ୍ରତିଟି ଟୋପା

ଦିକ୍ ଦିକ୍ ଝଟକୁ ଥିବ

ଆଲୋକସ୍ନାତା ହୋଇ ଝୁମୁଥିବି ରାତି ତମାମ୍


ଇଚ୍ଛାମତୀର ପ୍ରଶ୍ନ ସବୁ ଶୋଇଯିବେ ଚିରଦିନ

ସର୍ବଶେଷ ଉତ୍ତର ପାଇ....

ନିର୍ବାକ ଚାହିଁ ଥିବି ମୋ ଉତ୍ତରଣର ଯାତ୍ରାକୁ


ଆକାଂକ୍ଷା ତ ଥିବ ଏ ରାତି ନପାହୁ

ଏ ବର୍ଷା ନ ସରୁ

କେବେ ପୂର୍ଣ୍ଣଚ୍ଛେଦ ନପଡୁ ଏଇ ସହବାସରେ


ହେଲେ ମୁଁ ତ ଭଲ ଭାବରେ ଜାଣେ

ଉପସଂହାର ନ ଲେଖିଲେ 

ନୂତନ ଅୟମାଆରମ୍ଭ ହେବ ବା କିପରି ???



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍