Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

4  

Satyabati Swain

Others

ତକ୍ଷକ

ତକ୍ଷକ

1 min
482


ପ୍ରତିକ୍ଷଣେ ଭାବୁଛି

ଡରୁଛି ବି

କଣ ଘଟିବ ଏଇ ଆର କ୍ଷଣ ?


ଭବିଷ୍ୟତ ମୁହୂର୍ତ୍ତ ମାନେ

ଲେଖୁଛନ୍ତି ପାଞ୍ଜି

ଚିତ୍ରଗୁପ୍ତ କରୁଛି 

ହିସାବ ନିକାଶ

ବର୍ତ୍ତମାନର

କଲା କର୍ମ ମାନଙ୍କର

ଝରିବ କଞ୍ଚା ପତର।


କେହି ଜଣେ ଆସିବ

ମୁଁ ଭଲ ଭାବେ ଜାଣେ

କେମିତି ଆସିବ ?

ଆସିବା ସମୟଟା କଣ ?

କେଉଁ ରୂପ,ରଙ୍ଗରେ?


ଆସିବ କିନ୍ତୁ

ସବୁରୀ ଅଲକ୍ଷେ ଚୁପଚାପ୍

ଦଂଶିବ ମୋତେ

ତକ୍ଷକ ପରି ।


Rate this content
Log in