STORYMIRROR

Santanu Bisoi

Others

3  

Santanu Bisoi

Others

ତିତିଲି।

ତିତିଲି।

1 min
260

(ଅକ୍ଟୋବର 2018ରେ ତାଣ୍ଡବ ସୃଷ୍ଟିକରିଥିବା ଏକ ଘୁର୍ଣ୍ଣିଝଡ଼। ତାକୁ ନେଇ ମୋ ଲିଖନିରୁ ନିଃସୃତ ହୋଇଥିଲା ସାମାଜିକ ଧର୍ମୀ କବିତା "ତିତିଲି"।)


ନୁହେଁ ସେ ଅଳସୀ କନ୍ୟା ନୁହେଁ ନଦୀ ଧାର,

ଚାଲି ସେ ଆସିନି କେଉଁ ବନୁ ଉପବନୁ.....

ଆସିନି ସେ ପ୍ରେମ ବାର୍ତ୍ତା ନେଇ....।।


"ତିତିଲି" ଆସିଛି ଆଜି ପ୍ରଚଣ୍ଡ ଓ ପ୍ରକାଣ୍ଡ ରୂପରେ.....

ବନ୍ୟା, ବିଭୀଷିକା ସାଜି ଧୋଇନେବ କେତେ କେତେ ଆଶା ଅସୁମାରୀ।।


ତିତିଲି ଆସିଛି ଆଜି ଘୁର୍ଣ୍ଣି ବଳୟରେ ଅଣଚାଷ ସାଜି

ଧନୀର ରକ୍ତ ଚାପ ଓ ଗରୀବର ହାହାକାର ନେଇ...।।


ଆଜି ମୁଁ ଭେଟିଲି ତାକୁ ଗାଁ ଗଣ୍ଡା ସହର ବଜାରେ...

ଅତ୍ୟାବଶ୍ୟକିୟ ସାମଗ୍ରୀର କୃତ୍ରିମ ଦରବୃଦ୍ଧି ରୂପେ...

ଭେଟିଲି ବିଧାନସଭା ବାରଣ୍ଡାରେ

ନେତାଙ୍କର ମିଛ ଆଶ୍ୱାସନା ଆଉ ରିଲିଫ ସାମଗ୍ରୀର ଦଲାଲ ଟାଉଟର ଭାବେ।


ହିତାକାଂକ୍ଷୀ ସାଜି କହିଲି ତିତିଲିକୁ....

ଆହୁରି କଠୋରରୁ କଠୋରତର ହୋଇଯାଅ । ନଚେତ....

ଅଞ୍ଜନା ଅର୍ଚ୍ଚନାର ଅବସ୍ଥା ତୁମକୁ ଭୋଗିବାକୁ ପଡ଼ିବ

କୁନ୍ଦୁଲି ସସ୍ମିତା ଭଳି ତୁମେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବ।।

ଏଠି ନେତାମାନେ ତିତିଲି ଘୁର୍ଣ୍ଣି ଝଡ ଠାରୁ ଆହୁରି ମାରାତ୍ମକ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍