STORYMIRROR

Niranjan Sahu

Others

3  

Niranjan Sahu

Others

ତିନି ପାଞ୍ଜିରୁ ଗଲ

ତିନି ପାଞ୍ଜିରୁ ଗଲ

1 min
378

ବାପା କହୁଛନ୍ତି ବାବୁରେ....

           ପଇସା ଦେଉଛି ପାଠ ପଢ଼ିବା ପାଇଁ

           ଅଜଥାରେ ଖର୍ଚ୍ଚ କରିବୁନାହିଁ

           ନିଶାଦ୍ରବ୍ୟ କିଛି ଖାଇବୁ ନାହିଁ

           ବାଳୁଙ୍ଗାଙ୍କ ସଙ୍ଗେ ମିଶିବୁ ନାହିଁ

           ଭଲ ମଣୀଷଟେ ହେବୁରେ ତୁହି

ମାଆ କହୁଛି ଧନରେ...

           ଖାଲିପେଟରେ ରହିବୁ ନୀହିଁ

           ତେଲ ମସଲାକୁ ଛୁଇଁବୁ ନାହିଁ

           ଖରା ବରଷା ରେ ବୁଲିବୁ ନାହିଁ

           ଉପବାସ ବେଶି ରହିବୁ ନାହିଁ

           ଦେହ କୁ ଯାଗ୍ରତ ନେବୁରେ ତୁହି

ଗୁରୁ କହୁଛନ୍ତି......

          ମନଦେଇ ପାଠ ପଢ଼ିବାପାଇଁ

          ସମୟ କୁ ନଷ୍ଟ କରିବ ନାହିଁ

          ସତକହିବାକୁ ଡରିବ ନାହିଁ

          ସମ୍ମାନ ଦେବାର ହାରିବ ନାହିଁ

          ଭଲଭଲ କାମ କରିବା ପାଇଁ

ସମାଜ କହୁଛି...

           ମିଳିମିଶି ସବୁ ଚଳିବା ପାଇଁ

           ମାନବ ଧର୍ମ କୁ ରଖିବା ପାଇଁ

          ପ୍ରକୃତି କୁ ରକ୍ଷା କରିବା ପାଇଁ

ହେଲେ ମୁଁ ନିରଞ୍ଜନ କହୁଛି...

          ଏ ସବୁ କୁ ମାନିଲେ ଭଲ

           ନହେଲେ..ତିନିପାଞ୍ଜିରୁ ଗଲ.,,


Rate this content
Log in